ପଶୁଙ୍କ ପାଇଁ ଖାଦ୍ୟ ସଙ୍କଟ, ପାକିସ୍ତାନ ନିଲାମ କରିବ ୧୨ ସିଂହ

ଡେସ୍କ: ପାକିସ୍ତାନର ଏକ ଚିଡିଆଖାନା ଖାଦ୍ୟ ଓ ସ୍ଥାନ ଅଭାବ ଦୂର କରିବା ପାଇଁ ୧୨ଟି ସିଂହ ନିଲାମ କରିବା ନିଷ୍ପତ୍ତି ସେଠାକାର ପଶୁ ପ୍ରେମୀଙ୍କୁ ହତାଶ କରିଛି। ଲାହୋର ସ୍ତିତ ସଫାରୀ ଚିଡ଼ିଆଖାନାରେ ୨୯ଟି ସିଂହ ରହିଥିବା ବେଳେ ସେଠି ମଧ୍ୟରୁ ୧୨ଟି ସିଂହ ନିଲାମ ହେବ ବୋଲି କହିଛନ୍ତି ଚିଡିଆଖାନା ଉପ ନିର୍ଦ୍ଦେଶକ ତନବୀର ଅହମଦ ଜନୁଜା କହିଛନ୍ତି। ସେ କହିଛନ୍ତି, କେବଳ ସ୍ଥାନାଭାବ ନୁହେଁ, ସିଂହଗୁଡିକୁ ଦିଆଯାଉ ଥିବା ମାଂସ ଖର୍ଚ୍ଚ ମଧ୍ୟ କମ କରାଯାଇ ପାରିବ।

ସେଠାକାର ପଶୁପ୍ରେମୀମାନେ ଏଭଳି ନିଲାମକୁ ବିରୋଧ କରିଛନ୍ତି। ସେମାନେ କହିଛନ୍ତି ଯେ ସେହି ସିଂହମାନଙ୍କୁ ଅନ୍ୟ ଚିଡ଼ିଆଖାନାକୁ ସ୍ଥାନାନ୍ତର କରାଯାଉ ଓ ସେମାନଙ୍କ ବଂଶ ବୃଦ୍ଧି ରୋକିବାକୁ ଗର୍ଭ ନିରୋଧକ ବ୍ୟବହାର କରାଯିବ ଆବଶ୍ୟକ। ସୂଚନାଯୋଗ୍ୟ ଯେ, ପାକିସ୍ତାନରେ ସାଧାରଣ ଲୋକ ନିଜର ପ୍ରତିପତ୍ତି ଦେଖାଇବା ପାଇଁ ଏଭଳି ପଶୁଗୁଡିକୁ ପାଳିତ କରି ରଖିଥାନ୍ତି। ତେବେ ସିଂହ ନିଲାମ ପାଇଁ ମୂଳ ମୂଲ୍ୟ ଦେଢ଼ ଲକ୍ଷ ପାକିସ୍ତାନୀ ମୁଦ୍ରା ରଖାଯାଇଥିବା ଜଣାପଡିଛି।

Comments are closed.