ପାକିସ୍ତାନ : ଗୁରୁନାନକ ପ୍ରାସାଦକୁ ଭାଙ୍ଗିଦେଲେ ସ୍ଥାନୀୟ ଲୋକ

ନରୱାଲ : ପାକିସ୍ତାନ ପଞ୍ଜାବ ପ୍ରଦେଶରେ ଥିବା ଶିଖ ଧର୍ମଗୁରୁ  ଗୁରୁ ନାନକଙ୍କ ଐତିହାସିକ ପ୍ରାସାଦକୁ ସ୍ଥାନୀୟ ଜନତା ଭାଙ୍ଗିଦେଇଥିବା ଜଣାଯାଇଛି। ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୪ମହଲା ବିଶିଷ୍ଟ ପ୍ରାସାଦକୁ ସ୍ଥାନୀୟ କିଛି ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଆଂଶିକ ଭାବେ ଭାଙ୍ଗିଦେଇଛନ୍ତି । ୱାକଫ ବିଭାଗର ଅଧିକାରୀଙ୍କ ମନ୍ତ୍ରଣାକ୍ରମେ ଏହାକୁ ଭାଙ୍ଗିଦିଆଯାଇଥିବା ଜଣାଯାଇଛି । ପ୍ରାସାଦକୁ ଭାଙ୍ଗିବା ପରେ ଏହାର ମୂଲ୍ୟବାନ ଝରକା, କବାଟ ଓ ଭେଣ୍ଟିଲେଟରକୁ ବିକ୍ରି କରି ଦିଆଯାଇଛି । ଏହି ଐତିହାସିକ ପ୍ରାସାଦକୁ ୪୦୦ବର୍ଷ ପୂର୍ବେ ନିର୍ମାଣ କରାଯାଇଥିଲା। ‘ପ୍ୟାଲେସ ଅଫ ଗୁରୁ ନାନକ’ ଭାବେ ପରିଚିତ ଏହି ପ୍ରାସାଦକୁ ଭାରତ ସମେତ ଅନ୍ୟ ଦେଶରୁ ଅନେକ ଶିଖ ପ୍ରତିବର୍ଷ ପରିଦର୍ଶନ ଲାଗି ଆସିଥାନ୍ତି ।

Comments are closed.