ପିଟିଆଇ ପଦରୁ ହଟିବେ ଇମ୍ରାନ

ଇସଲାମାବାଦ: ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ପଦରୁ ଇମ୍ରାନ ଖାଁଙ୍କୁ ହଟାଇବା ଲାଗି ପାକିସ୍ତାନ ନିର୍ବାଚନ ଆୟୋଗ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଥିବା ସମୟରେ ଇମ୍ରାନ ବିଦେଶରୁ ପାଇଥିବା ଦାମୀ ଉପହାରକୁ ହଡପ କରିବା ଅଭିଯୋଗରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଅଯୋଗ୍ୟ ଘୋଷିତ ହେବା ପରେ ତାଙ୍କ ସାଂସଦ ପଦ ରଦ୍ଦ କରାଯାଇଛି। ଏହାସତ୍ତ୍ବେ ସେ ନିଜ ଦ୍ବାରା ପ୍ରତିଷ୍ଠିତ ରାଜନୈତିକ ଦଳ ପିଟିଆଇର ମୁଖ୍ୟ ରହିଛନ୍ତି। ଦୁର୍ନୀତି ମାମଲାରେ ଇମ୍ରାନ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ଏବେ ପିଟିଆଇ ମୁଖ୍ୟ ପଦରୁ ହଟାଇବାକୁ ନିର୍ବାଚନ ଆୟୋଗ ପଦକ୍ଷେପ ନେଇଛନ୍ତି। ପାକିସ୍ତାନ ସମ୍ବିଧାନର ଧାରା ୬୨ ଓ ୬୩ ଅନୁଯାୟୀ ଅଯୋଗ୍ୟ ଘୋଷିତ ରାଜନେତା ଦଳୀୟ ମୁଖ୍ୟ ପଦରେ ରହିପାରିବେ ନାହିଁ।
Comments are closed.