ବ୍ରିଟେନ ଅଦାଲତରେ ମାନହାନି ମକଦ୍ଦମା ଜିତିଲେ ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ

ନୂଆଦିଲ୍ଲୀ : ୨୦୧୮ମସିହାରେ ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ ବିରୋଧରେ ଦେଇଥିବା ମାନହାନି ମକଦ୍ଦମା ଜିତିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ। ଏହି ମାମଲା ବ୍ରିଟେନର ହାଇକୋର୍ଟରେ ଚାଲିଥିଲା। 

ସୂଚନା ଅନୁସାରେ, ଗତବର୍ଷ ଜୁନ ମାସରେ ବ୍ରିଟେନରେ ପାକିସ୍ତାନର ଏକ ଘରୋଇ ନ୍ୟୁଜ ଚ୍ୟାନେଲ  ଏକ ଶୋର ପ୍ରସାରଣ କରିଥିଲା। ଯେଉଁଥିରେ ରେହମଙ୍କ ସମ୍ପର୍କରେ ପାକିସ୍ତାନର ରେଳମନ୍ତ୍ରୀ ଶେଖ ରାଶିଦ ଏକ ବିବାଦୀୟ ମନ୍ତବ୍ୟ ଦିଆଯାଇଥି। ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ବିରୋଧିଦଳ ନେତାଙ୍କ ସହ ମିଶିଥିବା ସେହି ଶୋରେ ରାଶିଦ କହିଥିଲେ। ଏହାପରେ ନ୍ୟୁଜ ଚ୍ୟାନେଲର ଅନେକ ଉପସ୍ଥାପକ ମଧ୍ୟ ରେହମଙ୍କୁ ନେଇ ବିବାଦୀୟ ବୟାନ ଦେଇଥିଲେ, ଯାହାକୁ ନେଇ ରେହମ ବ୍ରିଟେନ ହାଇକୋର୍ଟରେ ସମ୍ପୃକ୍ତ ନ୍ୟୁଜ ଚ୍ୟାନେଲ ନାମରେ ମାନହାନି ମାମଲା ରୁଜୁ କରିଥିଲେ।

 

Comments are closed.