ପାକିସ୍ତାନରେ ସିଆ ବିରୋଧୀ ବିକ୍ଷୋଭ ତୀବ୍ର

କରାଚୀ: ପାକିସ୍ତାନରେ ସିଆ-ସୁନି ସମ୍ପ୍ରଦାୟ ମଧ୍ୟରେ ବିବାଦ ତୀବ୍ର ହୋଇଛି। କରାଚୀରେ ଶନିବାର ସିଆ ବିରୋଧୀ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଥିବାବେଳେ ହଂସାକାଣ୍ଡ ଆଶଙ୍କାରେ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି। କିଛି ବରିଷ୍ଠ ସିଆ ନେତା ଗତ ମାସରେ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଇସଲାମ ବିରୋଧୀ ମନ୍ତବ୍ୟ ଦେବାକୁ କେନ୍ଦ୍ର କରି ଦେଶରେ ବିବାଦୀୟ ପରିସ୍ଥିତି ଲାଗି ରହିଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ ସିଆ ବିରୋଧୀ ଅଭିଯାନ ଜାରି ରହିଛି। ସିଆମାନଙ୍କୁ ବିକ୍ଷୋଭକାରୀ କାଫିର ବୋଲି ଆକ୍ଷେପ କରୁଛନ୍ତି। ଏହି ବିକ୍ଷୋଭରେ କିଛି ଆତଙ୍କବାଦୀ ସଂଗଠନ ସାମିଲ ହୋଇଥିବା ଜଣାପଡ଼ିଛି। ମହରମ ପରଠାରୁ ସିଆ ବିରୋଧୀ ଅଭିଯାନ ଜାରି ରହିଥିବାବେଳେ ସିଆଙ୍କ ପଛରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମର୍ଥନ ରହିଥିବା କୁହାଯାଉଛି।