ଦିଲ୍ଲୀର ଲକ୍ଷ୍ମୀ ନଗରରୁ ଗିରଫ ହେଲା ପାକିସ୍ତାନି; ଏକ ୪୭ ରାଇଫଲ, ଗ୍ରେନେଡ ଜବତ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ରହୁଥିବା ଜଣେ ପାକିସ୍ତାନି ନାଗରିକକୁ ଗିରଫ କରାଯାଇଛି । ସେ ନିଜର ପରିଚୟ ବଦଳାଇ ସେଠାରେ ରହି ଆସୁଥିଲା । ଏହି ପାକିସ୍ତାନି ନାଗରିକ ଜଣକ ନିଜକୁ ମହମ୍ମଦ ଆଶରଫ ବୋଲି ପରିଚୟ ଦେଇ ରହୁଥିବା ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର ପ୍ରକୋଷ୍ଠ ପକ୍ଷରୁ କୁହାଯାଇଛି । ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ବାସିନ୍ଦା । ତାଙ୍କ ନିକଟରୁ ଏକ ଏକେ-୪୭ ରାଇଫଲ ଏବଂ ଗ୍ରେନେଡ ଜବତ କରାଯାଇଛି । ଏହି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚଳିତ ମାସ ୮ତାରିଖ ଦିନ ଗିରଫ କରାଯାଇଥିବା ଜଣାଯାଇଛି । ଏହା ପୂର୍ବରୁ ଗତ ମାସରେ ଦିଲ୍ଲୀ ପୁଲିସ ୬ ଜଣ ଆତଙ୍କିଙ୍କୁ ଗିରଫ କରିଥିଲା । ସେମାନେ ପାର୍ବଣ ସମୟରେ ଦେଶର ବିଭିନ୍ନ ଭାଗରେ ବୋମା ଖଞ୍ଜି ବିସ୍ଫୋରଣ ଘଟାଇବା ଯୋଜନା କରିଥିବା ପୁଲିସ ଆଗରେ ପ୍ରକାଶ କରିଛନ୍ତି ।

Comments are closed.