ପାକିସ୍ତାନ ଉପରେ ଇରାନ୍‌ର ସର୍ଜିକାଲ୍‌ ଷ୍ଟ୍ରାଇକ୍‌, ସୀମାତିକ୍ରମ କରି ଦୁଇ ସୈନ୍ୟଙ୍କୁ ଛଡ଼ାଇ ନେଲା

ତେହରାନ: ଆମେରିକା ଓ ଭାରତ ପରେ ପାକିସ୍ତାନ ଉପ​‌ରେ ସର୍ଜିକାଲ୍‌ ଷ୍ଟ୍ରାଇକ୍ କରିଛି ଇରାନ। ବୁଧବାର ପାକିସ୍ତାନ ସୀମା ଅତିକ୍ରମ କରି ଇରାନ ସେନା ‘ରିଭୋଲୁସ୍‌ନାରୀ ଗାର୍ଡ’ ବହୁ ଆତଙ୍କବାଦୀଙ୍କୁ ହତ୍ୟା କରିବା ସହ ନିଜର ଦୁଇ ସୈନିକଙ୍କୁ ମୁକ୍ତ କରିନେଇଛି। ଇରାନ ସେନାର ମୁକାବିଲା ପାଇଁ ଆଗେଇ ଆସିଥିବା ପାକିସ୍ତାନର କିଛି ଯବାନ ଏଥିରେ ମୃତାହତ ହୋଇଥିବା ସୂଚନା ମିଳିଛି; ତେବେ ଇମ୍ରାନ ଖାଁଙ୍କ ସରକାର ଏ ନେଇ ପାଟି ଖୋଲୁ ନାହାନ୍ତି।

ସୂଚନାନୁଯାୟୀ, ଇରାନ୍‌ର ଦୁଇ ସୈନ୍ୟଙ୍କୁ ପାକିସ୍ତାନରେ ଆଡ୍ଡା ଜମାଇଥିବା ଆତଙ୍କବାଦୀ ସଂଗଠନ ଜୈସ-ଉଲ-ଅଦଲ ଅପହରଣ କରିନେଇ ବନ୍ଦୀ ରଖିଥିଲା। ସେମାନଙ୍କୁ ଛାଡ଼ିବା ପାଇଁ ଇରାନର ଚେତାବନୀ କୌଣସି ଫଳ ଦେଇ ନ ଥିଲା; ଫଳରେ ଗୁଇନ୍ଦା ସୂଚନାକୁ ଆଧାର କରି ଇରାନ ସେନା ମଙ୍ଗଳବାର ରାତିରେ ପାକିସ୍ତାନରେ ପ୍ରବେଶ କରିଥିଲା। ପ୍ରସ୍ତୁତ ଯୋଜନାନୁସାରେ ଇରାନ ସେନା ବେଲୁଚିସ୍ତାନ ପ୍ରଦେଶରେ ପ୍ରବେଶ କରି ଜୈସ-ଉଲ-ଅଦଲ ଶିବିର ଉପରେ ଅତର୍କିତ ଆକ୍ରମଣ କରିଥି​‌େ​‌ଲ। ପାକିସ୍ତାନ ସେନା ଇରାନ ସେନାର ମୁକାବିଲା କରିବାରେ ବ୍ୟର୍ଥ ହୋଇଥିଲେ। ଇରାନ ସେନା ନିଜର ଦୁଇ ସଦସ୍ୟଙ୍କୁ ଆତଙ୍କବାଦୀଙ୍କ କବଳରୁ ଖସାଇ ନେବାରେ ସମର୍ଥ ହୋଇଥିଲା। ଏହି ଅଭିଯାନରେ ବହୁ ସଂଖ୍ୟକ ଆତଙ୍କବାଦୀ ନିପାତ ହୋଇଥିବା ଇରାନ୍‌ ସେନା ମୁଖପାତ୍ର ସୂଚନା ଦେଇଛନ୍ତି।

Comments are closed.