ଭାରତ ମ୍ୟାଚ୍‌ ପାଇଁ ୧୨ ଜଣିଆ ଦଳ ପାକିସ୍ତାନ ଘୋଷିତ

ନୂଆଦିଲ୍ଲୀ: ରବିବାର ଦୁବାଇରେ ଖେଳାଯିବାକୁ ଥିବା ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଚରମସୀମାରେ ପହଞ୍ଚିଥିବା ବେଳେ କିଏ ବିଜୟ ହେବ; ତାହାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ କେବେହେଲେ ଭାରତକୁ ପରାସ୍ତ କରିନଥିବା ପାକିସ୍ତାନ ଭାଗ୍ୟ ବଦଳାଇବା ଲକ୍ଷ୍ୟ ନେଇ ୟୁଏଇ ଆସିଛି। ଭାରତ ବିପକ୍ଷ ମ୍ୟାଚ ଲାଗି ବାବର ଆଜାମଙ୍କ ନେତୃତ୍ବାଧିନ ପାକିସ୍ତାନ ୧୨ ଜଣିଆ ଦଳ ଘୋଷଣା କରିଛି।

ଦଳରେ ଅଧିନାୟକ ବାବର ଆଜାମଙ୍କ ସହ ମହମ୍ମଦ ରିଜୱାନ, ଫଖର ଜମାନ୍, ମହମ୍ମଦ ହଫିଜ, ସୋଏବ ମାଲିକ୍, ଆସିଫ ଅଲୀ, ଇମାଦ୍‌ ୱାସିମ, ସଦ୍ଦାବ ଖାଁ, ହାରିସ ରୌଫ୍‌, ହାସନ ଅଲୀ, ସାହିନ ଶାହା ଆଫ୍ରିଦି ଓ ହାଇଦର ଅଲ୍ଲୀ ପ୍ରମୁଖ ରହିଛନ୍ତି। ମହମ୍ମଦ ହଫିଜ୍‌ ଓ ସୋଏବ ମାଲିକ୍‌ଙ୍କ ମଧ୍ୟରୁ ଜଣେ ଖେଳିବା ନେଇ ସୂଚନା ମିଳିଛି।

Comments are closed.