ଆସନ୍ତାକାଲି ରିଲିଜ ହେବ ହାସ୍ୟରସାତ୍ମକ ହିନ୍ଦୀ ଚଳଚ୍ଚିତ୍ର ‘ପାଗଲ ପନ୍ତି”ର ଟ୍ରେଲର

ମୁମ୍ବଇ : ହାସ୍ୟରସାତ୍ମକ ବଲିଉଡ଼ ଚଳଚ୍ଚିତ୍ର ପାଗଲ ପନ୍ତିର ଟ୍ରେଲର ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ରିଲିଜ ହେବ। ଏନେଇ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ସୋମବାର ଟ୍ବିଟ୍ କରି ସୂଚନା ଦେଇଛନ୍ତି।


ଭୂଶଣ କୁମାର, ଅଭିଷେକ ପାଠକ, କ୍ରିଷନ କୁମାର ଓ ମକୁମାର ମଙ୍ଗତ ପାଠକଙ୍କ ପ୍ରଯୋଜନାରେ ସିନେମାଟି ନିର୍ମିତ ହୋଇଥିବାବେଳେ ଏହାର ନିର୍ଦେଶନା ଦେଇଛନ୍ତି ଅନୀଶ ବାଜମୀ। ପାଗଲ ପନ୍ତିରେ ଅଙ୍କିତ ତିୱାରୀ, ୟୋ ୟୋ ହନି ସିଂହ ଓ ସଚିନ-ଜିଗର ସଙ୍ଗୀତ ନିର୍ଦେଶନାର ଗୁରୁଦାୟିତ୍ବ ବହନ କରିଛନ୍ତି। ଏମାନେ ବଲିଉଡର ଆଗଧାଡିର ସଙ୍ଗୀତ ନିର୍ଦେଶକ ହୋଇଥିବାରୁ ତାଙ୍କ ସ୍ବର ସଞ୍ଜୋଜନାରେ ଗୀତ ଗୁଡିକ ଉଚ୍ଚ କୋଟିର ହୋଇଥିବ ବୋଲି ଦର୍ଶକମାନେ ଆଶାବ୍ୟକ୍ତ କରିଛନ୍ତି।

pic courtesy-twitter

ଏହି ଚଳଚ୍ଚିତ୍ରରେ ଅନୀଲ କପୁର, ଜନ ଆବ୍ରାହମ, ଏଲିଆନା ଡି କ୍ରୁଜଙ୍କ ଭଳି ବଲିଉଡର ଆଗ ଧାଡିର କଳାକାର ଅଭିନୟ କରୁଥିବା ନଜର ଆସିବେ। ଏମାନଙ୍କ ବ୍ୟତୀତ ଅରସଦ ବାରସି, ପୁଲକିତ ସମ୍ରାଟ, ଉର୍ବଶି ରୌତେଲା ଓ ଶୌରଭ ସୌତେଲାଙ୍କ ଭଳି କଳାକାର ପରଦାରେ ଦର୍ଶକମାନଙ୍କୁ ହସେଇ ହସେଇ ବେଦମ କରିବେ। ନଭେମ୍ବର ୨୨ତାରିଖରେ ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ।

Comments are closed.