ବକ୍ସ ଅଫିସରେ ସ୍ଥିତି ସୁଦୃଢ କରୁଛି ‘ପାଗଲ୍‍ପନ୍‍ତି’: ଜାଣନ୍ତୁ ୨ ଦିନର ଆୟ

ମୁମ୍ବଇ: ଏକାଧିକ ଲୋକପ୍ରିୟ କଳାକାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ପାଗଲ୍‍ପନ୍‍ତି’ ଧିରେ ଧିରେ ବକ୍ସ ଅଫିସରେ ସ୍ଥିତି ସୁଦୃଢ କରୁଛି। ମୁକ୍ତିଲାଭର ପ୍ରଥମ ଦିନ ଅର୍ଥାତ୍‍ ଶୁକ୍ରବାର ଚଳଚ୍ଚିତ୍ର ଆଶାନୁରୂପ ବ୍ୟବସାୟ କରି ନ ଥିଲେ ମଧ୍ୟ ଶନିବାର ଏହାର ଆୟ ବୃଦ୍ଧି ପାଇଛି। ଶୁକ୍ରବାର ଚଳଚ୍ଚିତ୍ର ପ୍ରାୟ ୫ କୋଟି ଟଙ୍କା ଆୟ କରିଥିଲା। ବକ୍ସ ଅଫିସ ଇଣ୍ଡିଆର ରିପୋର୍ଟ ଅନୁସାରେ, ଶନିବାର ‘ପାଗଲ୍‍ପନ୍‍ତି’ ୬.୫ କୋଟି ଟଙ୍କା ଆୟ କରିଛି। ଏହା ସହିତ ୨ ଦିନରେ ଚଳଚ୍ଚିତ୍ର ମୋଟ୍‍ ଆୟ ୧୧.୫ କୋଟିରେ ପହଞ୍ଚିଛି। ହଲିଉଡ଼୍‍ ଚଳଚ୍ଚିତ୍ର ‘ଫ୍ରୋଜେନ୍‍-୨’ସହ ‘ପାଗଲ୍‍ପନ୍‍ତି’ର ଜବରଦସ୍ତ ଟକ୍କର ଦେଖିବାକୁ ମିଳିଛି। ‘ଫ୍ରୋଜେନ୍‍-୨’ ବକ୍ସ ଅଫିସରେ ଦୁଇ ଦିନରେ ୧୦.୫୦ କୋଟି ଟଙ୍କା ଆୟ କରିଛି।
ସୂଚନାଯୋଗ୍ୟ, ‘ପାଗଲ୍‍ପନ୍‍ତି’ର ଟ୍ରେଲର ରିଲିଜ୍‍ ହେବା ପରେ ଦର୍ଶକ ଚଳଚ୍ଚିତ୍ରର ମୁକ୍ତିଲାଭକୁ ନେଇ ଉତ୍ସାହିତ ଥିଲେ। ମାତ୍ର ଚଳଚ୍ଚିତ୍ର ମୁକ୍ତିଲାଭ ପରେ ଏହାର କାହାଣୀକୁ ନେଇ ଦର୍ଶକ ନିରାଶ ହୋଇଥିଲେ। ସର୍ଶକ ସମୀକ୍ଷକଙ୍କଠାରୁ ଏହାକୁ ମିଶ୍ର ପ୍ରତିକ୍ରିୟା ମିଳିଥିଲା ଏବଂ ଅଧିôକାଂଶ ଖରାପ ପ୍ରତିକ୍ରିୟା ହିଁ ମିଳିଥିଲା। ଚଳଚ୍ଚିତ୍ରରେ ଜନ୍ ଆବ୍ରାହମ୍, ଅନୀଲ କପୁର, ଅରଶଦ ୱାରସୀ, ପୁଲକିତ ସମ୍ରାଟ, ସୌରଭ ଶୁକ୍ଳା, ଉର୍ବଶୀ ରାଉତେଲା, ଇଲିଆନା ଡିକ୍ରୁଜ୍ ଓ କୃତି ଖରବନ୍ଦା ପ୍ରମୁଖ କଳାକାର ଅଭିନୟ କରିଛନ୍ତି।

Comments are closed.