ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପଦଯାତ୍ରା ଓ ଜନଶୁଣାଣି

ଚନ୍ଦକା  : ଭୁବନେଶ୍ବର ବ୍ଲକର ଅନ୍ଧାରୁଆ ପଞ୍ଚାୟତରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ପଞ୍ଚାୟତରେ ପଦଯାତ୍ରା କରିବା ସହ ଜନଶୁଣାଣି କରିଥିଲେ। ଅନ୍ଧାରୁଆ ପଞ୍ଚାୟତ ବାସିନ୍ଦାମାନେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ବିଷୟରେ ଅଭିଯୋଗ କରିଥିଲେ। ମୁଖ୍ୟତଃ ମୋ’ ବସ୍‌ ଚଳାଚଳ, ପାନୀୟ ଜଳ ସମସ୍ୟା, ଗଣିତ-ଗବେଷଣାଗାର କାର୍ଯ୍ୟାଳୟଠାରୁ ବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଆଲୋକୀକରଣ ସହ ଗୋଷ୍ଠୀଗୃହ ପାଇଁ ଅର୍ଥ ମଞ୍ଜୁର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟ ସମସ୍ୟାଗୁଡ଼ିକୁ ପର୍ଯ୍ୟାୟକ୍ରମେ ସମାଧାନ କରାଯିବ ବୋଲି କହିଥିଲେ। ସାଂସଦ ଷଡ଼ଙ୍ଗୀ ପ୍ରଥମେ ଅନ୍ଧାରୁଆ କୋତରା ସାହିଠାରୁ ଦଳୀୟ ନେତା ଓ ସମର୍ଥକଙ୍କ ସହ ପଦଯାତ୍ରାରେ ବାହାରି ପଞ୍ଚାୟତ ପରିକ୍ରମା କରିଥିଲେ। ପଞ୍ଚାୟତ ସଭାଗୃହରେ ଜନଶୁଣାଣି କରିଥିଲେ। ଏହି ଜନଶୁଣାଣି ସମୟରେ ଜିଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ମୁଖପାତ୍ର ସୁଦୀପ୍ତ ରାୟ, ମଣ୍ଡଳ ସଭାପତି ନରେନ୍ଦ୍ର କୁମାର ସାହୁ, ସମ୍ପାଦକ ଜୟକୃଷ୍ଣ ମହାରଣାଙ୍କ ସହ ବହୁ ନେତା ଉପସ୍ଥିତ ଥିଲେ।

Comments are closed.