ଟ୍ରାକ୍ଟର ଓଲଟି ୨ ମୃତ

ପଦ୍ମପୁର: ରାୟଗଡା ଜିଲା ଗୁଡାରି ଥାନା ମଶାରିଗୁଡା ନିକଟରେ ବିଦ୍ୟୁତ୍ ଖୁଣ୍ଟ ବୋଝେଇ ଏକ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା ତଳକୁ ଓଲଟି ପଡିଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ୨ଜଣ ସଂମ୍ପର୍କୀୟ ଦୁଇ ଭାଇ ବୋଲି ଜଣାପଡିଛି। ସେମାନଙ୍କ ଘର କୋଲନରା ବ୍ଲକ୍ ରୋବାଡି ଗ୍ରାମରେ ଏବଂ ସେମାନଙ୍କ ନାମ ସନ୍ତୋଷ କୁମୁରିକ ଓ ଶ୍ୟାମ କୁମୁରିକ ବୋଲି ଜଣାପଡିଛି। ଟ୍ରାକ୍ଟରଟି ମଶାରିଗୁଡାରୁ ଗୁମୁଡା ଅଭିମୁଖେ ଆସୁଥିଲା। ଏଥିରେ ବିଦ୍ୟୁତ ଖୁଣ୍ଡ ବୋଝେଇ ହୋଇ ଯାଉଥିଲା। ମଶାରୀଗୁଡା ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା। ଟ୍ରାକ୍ଟରରେ ଥିବା ଦୁଇ ଭାଇ ଚାପି ହୋଇ ରହି ଯାଇଥିଲେ। ଘଟଣାସ୍ଥଳରେ ଗୁଡାରି ପୁଲିସ୍ ପହଞ୍ଚି ଦୁଇ ଭାଇଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟି ସାରିଥିଲା। ପୁଲିସ ତଦନ୍ତ ଜାରି ରଖିଛି।

Comments are closed.