କମ୍ପୁଛି ପଦ୍ମପୁର ; ନିର୍ବାଚନୀ ସଭାରେ ବିଜେଡି ସୁପ୍ରିମୋ , କଥା ନୁହେଁ କାମରେ ବିଶ୍ୱାସ କରେ – ମୁଖ୍ୟମନ୍ତ୍ରୀ

ପଦ୍ମପୁର: କମ୍ପୁଛି ପଦ୍ମପୁର। ଆଜି ପଦ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଝାରବନ୍ଧରେ ପହଞ୍ଚି ସାରିଛନ୍ତି ବିଜେଡି ସୁପ୍ରିମୋ। ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେଡି ବିଧାୟକ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର। କରତାଳି ଓ ହୁଳହୁଳି ଦେଇ ସ୍ୱାଗତ କରିଛନ୍ତି ଲୋକେ।
ପଦ୍ମପୁର ଝାରବନ୍ଧରେ ପ୍ରାର୍ଥୀ ବର୍ଷାଙ୍କ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଚାର ସମୟରେ ମୁଁ କଥା ନୁହେଁ କାମରେ ବିଶ୍ୱାସ କରେ ବୋଲି କହିଛନ୍ତି। ଗରିବ ଲୋକଙ୍କ ହକ୍ ପାଇଁ ଲଢୁଛି। କେନ୍ଦୁପତ୍ର ତୋଳାଳିଙ୍କ ହକ୍ ପାଇଁ,ଚାଷୀଙ୍କ ଉନ୍ନତି ପାଇଁ କାମ କରୁଛୁ। ମାଆ ମାନଙ୍କ ଉନ୍ନତି ପାଇଁ ଓଡିଶା ସବୁଠାରୁ ଭଲ କାମ କରୁଛି। ମାଆ ମାନଙ୍କୁ ଉଦ୍ୟୋଗୀ କରିବା ଆମର ଲକ୍ଷ୍ୟ। ଆପଣମାନଙ୍କ ଅନେକ ଦାବି ଅଛି, ଆପଣମାନଙ୍କ ସ୍ୱପ୍ନ ସାକାର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
Comments are closed.