କେନ୍ଦ୍ର ମନ୍ତ୍ରୀଙ୍କ ଶିବିରରେ ଗୁଇନ୍ଦାଗିରି: ଅପରିଚିତ ବ୍ୟକ୍ତି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାକୁ ନେଇ ବିବାଦ, ବିଜେପିର ପଦ୍ମପୁର ଥାନା ଘେରାଉ

ଭୁବନେଶ୍ବର: ଜଣେ ଅପରିଚିତ ବ୍ୟକ୍ତି କେନ୍ଦ୍ରମନ୍ତ୍ରୀଙ୍କ ଶିବିରରେ ଗୁଇନ୍ଦାଗିରି କରିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ଜଣେ ଅପରିଚିତ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ଖାଇବା ବେଳର ଫଟୋ ଉଠାରୁ ବିବାଦ ସୃଷ୍ଟି ହୋଇଛି। ଜଣେ ବିଜେପି କର୍ମୀଙ୍କ ଘରେ ଖାଇବାବେଳେ ଦୁଇ ଅପରିଚିତ ବ୍ୟକ୍ତି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ। ଲୋକେ ଫଟୋ ଉଠାକୁ ବିରୋଧ କରିବାରୁ ଅପରିଚିତ ବ୍ୟକ୍ତି ଖସି ପଳାଇଥିଲେ। ଖସି ପଳାଇବାବେଳେ ତାଙ୍କର ପରିଚୟପତ୍ର ଓ ମୋବାଇଲ ଫୋନ ଛାଡ଼ି ପଳାଇଛନ୍ତି। ପରିଚୟପତ୍ରଟି ସିଆଇଡି ସ୍ପେଶାଲ ବ୍ରାଞ୍ଚର ଜଣେ କର୍ମଚାରୀଙ୍କ ବୋଲି ଜଣାପଡ଼ିଛି। ଏହି ଘଟଣାକୁ ନେଇ ପଦ୍ମପୁର ଟାଉନ ଥାନାରେ ବିଜେପି ନେତା ଅଭିଯୋଗ କରିଛନ୍ତି। ଦୁଇ କେନ୍ଦ୍ରମନ୍ତ୍ରୀ ଖାଉଥିବାବେଳେ ଫଟୋ ଉଠାଉଥିବା ବ୍ୟକ୍ତି କିଏ ଏବଂ କାହିଁକି ଫଟୋ ଉଠାଉଥିଲେ ତାହାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି।
Comments are closed.