ତୁଳୀ ମୁନରେ ଯାଦୁ ଦେଖାଇଲେ ଚିତ୍ରଶିଳ୍ପୀ ଶୁଭଶ୍ରୀ

କଟକ : କଟକ ସଦର କନ୍ଦରପୁର ଧରିଣା ଗ୍ରାମର ଶୁଭଶ୍ରୀ ରାଉତଙ୍କ ପିଲାଦିନରୁ ଚିତ୍ର ଆଙ୍କିବାରେ ବେଶ ରୁଚି। ଦୀର୍ଘ ୧୦ ବର୍ଷ ବୟସରୁ ସେ ବିଭିନ୍ନ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ। ଏହାସହ ସ୍ଥାନୀୟ ଅଞ୍ଚଳରେ ଘରେ ଘରେ ମାଣବସା ଓ ଅନ୍ୟ ପୂଜାପର୍ବ ସମୟରେ ବିଭିନ୍ନ ପ୍ରକାର ଝୋଟି, ଦୀପାବଳି ସମୟରେ ରଙ୍ଗୋଲି ମଧ୍ୟ ପକାନ୍ତି। ବିିଭିନ୍ନ ପ୍ରକାର ଚିତ୍ର ଦେଖି ନିରୀକ୍ଷଣ କରିବା ଏହାସହ ଆଗାମୀ ସମୟରେ ସମୟ ଜଣେ ସଫଳ ଚିତ୍ରଶିଳ୍ପୀ ହେବେ ବୋଲି ଆଶାବାଦୀ।


ସେ ଆଙ୍କିଥିବା ବିଭିିନ୍ନ ପ୍ରକାର ଚିତ୍ର ଜୀବନ୍ତ ଭଳି ପ୍ରତୀୟମାନ ହୋଇଥାଏ। ବର୍ତ୍ତମାନ ସମୟରେ ସେ କାଗଜ, କାନ୍ଥ, କପଡା ଆଦିରେ ବିଭିନ୍ନ ପ୍ରକାର ଚିତ୍ର ଆଙ୍କୁଛନ୍ତି। ଭିନ୍ନ ଭିନ୍ନ ଚିତ୍ର ଆଙ୍କି ସେ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଅନେକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଚିତ୍ର ଆଙ୍କିବା ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ମଧ୍ୟ ହୋଇଛନ୍ତି। ବର୍ତ୍ତମାନ ସମୟରେ ସେ କାର୍ଟୁନ ଆର୍ଟ ଓ ଫ୍ୟାଶନ ଆର୍ଟ ଶିକ୍ଷା ଗ୍ରହଣ କରୁଛନ୍ତି। ଏହାସହ ନିକଟରେ କଳାପରିଷଦ ପକ୍ଷରୁ ଆୟୋଜିତ ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କୁ ରାଜ୍ୟ ସ୍ତରୀୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଚିତ୍ରକଳା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ମିଳିଛି।

Comments are closed.