ଲୋକଙ୍କ ସୁରକ୍ଷା ପାଇଁ ନିୟମ କଡ଼ାକଡ଼ି: ମନ୍ତ୍ରୀ

ନିଶା ସେବନ କରି ଗାଡ଼ି ଚଳାଇବା, ଦ୍ରୁତି ଗତି, ସିଟ୍‌ ବେଲ୍ଟ ନବାନ୍ଧିବା, ହେଲମେଟ ନପିନ୍ଧିବା ଭଳି କାର୍ଯ୍ୟ ଯୋଗୁଁ ଦୁର୍ଘଟଣା ବଢୁଛି। ଦୀର୍ଘଦିନ ଧରି ଲୋକଙ୍କୁ ସଚେତନ କରାଯିବା ସହ ସୁଯୋଗ ପ୍ରଦାନ କରାଯାଇଛି। ତେବେ ଲୋ​‌େ​‌କ ନିୟମ ପାଳନ ପରିବର୍ତ୍ତେ ଉଲ୍ଲଘଂନ କରୁଛନ୍ତି। ସେଥିଯୋଗୁଁ ନୂଆବର୍ଷରୁ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଯାଞ୍ଚକୁ ଅଧିକ କ୍ରିୟାଶୀଳ କରାଯିବ। ଲୋକଙ୍କ ଜୀବନର ସୁରକ୍ଷା ପାଇଁ ନିୟମ କଡ଼ାଡ଼ି କରାଯିବ। ଅଧିକ ଦୁର୍ଘଟଣା ହେଉଥିବା ରାଜ୍ୟରେ ସଡ଼କ ସୁରକ୍ଷା ଓ ଟ୍ରାଫିକ୍‌ ନିୟମ କଡ଼ାକଡ଼ି ପାଳନ କରିବାକୁ ସୁପ୍ରମିକୋର୍ଟଙ୍କ ଦ୍ବାରା ଗଠିତ କମିଟି ମଧ୍ୟ ସବୁ ରାଜ୍ୟକୁ ନିର୍ଦେଶ ଦେଇଛନ୍ତି। ସବୁ ଜନତା ନିଜର ସୁରକ୍ଷା ପାଇଁ ନିୟମକୁ ଠିକଣା ଭାବେ ପାଳନ କରିବା ଆବଶ୍ୟକ।

Comments are closed.