ହଟିବ ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି

ଭୁବନେଶ୍ବର: ୧୫ ବର୍ଷରୁ ଊର୍ଦ୍ଧ୍ବ ପୁରୁଣା ଗାଡ଼ି ରାସ୍ତାରୁ ହଟିବ। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୋମବାର ଏହି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଅଗଷ୍ଟ ୧୫ରେ ଘୋଷଣା କରିଛନ୍ତି। ରାଜ୍ୟର ପରିବହନ ନୀତି କେନ୍ଦ୍ର ନୀତି ଦ୍ବାରା ପରିଚାଳିତ ହୁଏ। କେନ୍ଦ୍ର ସରକାର ଏନେଇ ଯେଉଁ ନିଷ୍ପତ୍ତି ନେବେ ରାଜ୍ୟ ତାକୁ ପ୍ରଚଳନ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଭାରତରେ କୋଟିଏ ଓ ରାଜ୍ୟରେ ଲକ୍ଷାଧିକ ୧୫ ବର୍ଷର ପୁରୁଣା ଗାଡ଼ି ରହିଛି। କେତେ ପୁରୁଣା ଗାଡ଼ି ଅଛି ଆମ ପାଖେ ତା’ର ତାଲିକା ଅଛି। ପରିବହନ ବିଭାଗ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରି ସାରିଛି ବୋଲି କହିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା।

Comments are closed.