MEllora 950×100

ପଦ୍ମ ପୁରସ୍କାର ଘୋଷଣା : ୬ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ

ଡେସ୍କ : ସାଧାରଣତନ୍ତ୍ର ଦିବସ ଅବସରରେ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି । ଚଳିତ ବର୍ଷ ୬ଜଣଙ୍କୁ ପଦ୍ମବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ।

ବାଲକ୍ରିଷ୍ଣ ଦୋଶୀ(ସ୍ଥପତି)ଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ପ୍ରଦାନ କରାଯିବ। ଜାକିର ହୁସେନ(କଳା), ଏସ.ଏମ କ୍ରିଷ୍ଣା(ସାଧାରଣ ବ୍ୟାପାର), ଓଆରଏସର ଜନକ ଦିଲୀପ ମହାଲନବୀଶ (ମେଡିସିନ) ମରଣୋତ୍ତର, ଶ୍ରୀନିବାସ ବର୍ଦ୍ଧନ( ବିଜ୍ଞାନ ଓ ଇଂଜିନୟରିଂ), ମୁଲାୟମ ସିଂହ ଯାଦବ (ସାଧାରଣ ବ୍ୟାପାର)ଙ୍କୁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ପ୍ରଦାନ କରାଯିବ।

ସେହିପରି ଏସ ଏଲ ଭୟରପ୍ପା, କୁମାର ମଙ୍ଗଳମ୍ ବିର୍ଲା, ଦୀପକ ଧର, ବାଣୀ ଜୟରାମ, ସ୍ବାମୀ ଚିନ୍ନା ଜିୟାର, ଏମଏସ ସୁମନ କଲ୍ୟାଣପୁର, କପିଲ କପୁର, ସୁଦ୍ଧା ମୁର୍ତ୍ତି ଓ କମଲେଶ ଡି ପଟେଲଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯିବ।

ଅନ୍ୟପକ୍ଷରେ ରତନ ଚନ୍ଦ୍ର କର, ହୀରାବାଇ ଲୋବି, ମୁନଶ୍ବର ଚନ୍ଦ୍ର ଦ୍ବାର, ରାମକୁଇୱାଙ୍ଗବେ ନ୍ୟୁମେ, ଭି ପି ଆପ୍ପକୁଟୁନ ପୋଡୁଭାଲ, ସଂକୃତି ଚନ୍ଦ୍ର ଶେଖର, ଗୁରଚରଣ ସିଂହଙ୍କ ସମେତ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ।

Comments are closed.