୧୮ ରାଜ୍ୟରୁ ୪୫୦ ଲକ୍ଷ ଟନ୍‍ ଧାନ ସଂଗ୍ରହ କଲେଣି ସରକାର

ଚଳିତ ଖରିଫ୍‍ ବିପଣନ ଋତୁ ଫସଲ ସଂଗ୍ରହ ଅଭିଯାନ ଜରିଆରେ ସର୍ବନିମ୍ନ ସହାୟକ ମୂଲ୍ୟରେ ୮୪ ହଜାର ୯୨୮ କୋଟି ଟଙ୍କାର ଧାନ ସଂଗ୍ରହ କରାଯିବା ଫଳରେ ୫୫ ଲକ୍ଷ ୪୯ ହଜାର ଧାନଚାଷୀ ଉପକୃତ ହୋଇଛନ୍ତି। କୃଷି ମନ୍ତ୍ରଣାଳୟ କହିଛି, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ତେଲଙ୍ଗାନା, ଉତ୍ତରାଖଣ୍ଡ, ତାମିଲ୍‍ନାଡ଼ୁ, ଚଣ୍ଡୀଗଡ଼, ଜାମ୍ମୁ-କାଶ୍ମୀର, କେରଳ, ଗୁଜୁରାଟ୍‍, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ୪୫୦ ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଛି।

ବର୍ତ୍ତମାନର ପ୍ରଚଳିତ ଏମ୍‍.ଏସ୍‍.ପି. ଯୋଜନା ଅନୁଯାୟୀ ଚାଷୀମାନଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ ସରକାର ଫସଲ
କ୍ରୟ କରିବା ଜାରି ରଖିଛନ୍ତି ବୋଲି ମନ୍ତ୍ରଣାଳୟ କହିଛି। ଏହାଛଡ଼ା ତାମିଲ୍‍ନାଡ଼ୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲଙ୍ଗାନା, ଗୁଜୁରାଟ୍‍, ହରିୟାଣା, ଉତ୍ତର ପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଓ ଆନ୍ଧ୍ରପ୍ରଦେଶରୁ ମୂଲ୍ୟ ସହାୟତା ଯୋଜନା ଅଧୀନରେ ୫୧ ଲକ୍ଷ ଟନ୍‍ ଡାଲି ଓ ତୈଳବୀଜ ସଂଗ୍ରହ ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Comments are closed.