ଭାରତର ଅର୍ଥନୈତିକ ଅଭିବୃଦ୍ଧିରେ ଡିଜିଟାଲ କୁଶଳୀମାନଙ୍କ ଯୋଗଦାନ୧୦୯୦୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ/ଭୁବନେଶ୍ୱର – ବିଶ୍ୱ ଅର୍ଥନୀତି ଅପେକ୍ଷା ଆଗକୁ ବଢୁଛି ଭାରତର ଅର୍ଥନୀତି । ଏଥିରେ ଡିଜିଟାଲ ଦୁନିଆଁର ରହିଛି ବଡ ଅବଦାନ । ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜିଡିପିରେ ଡିଜିଟାଲ କୁଶଳୀମାନଙ୍କର ବଡ ଯୋଗଦାନ ରହିଛି । ଚଳିତ ବର୍ଷ ଏହା ୫୦୮ ବିଲିୟନ ଆମେରିକୀୟ ଡଲାର ବା୧୦୯୦୦୦୦ କୋଟି ଟଙ୍କା ବୋଲି ଏକ ସର୍ବେକ୍ଷଣରୁ ଜଣା ପଡିଛି ।

ଆମାଜନ୍‌ ଓ୍ୱେବ ସର୍ଭିସ୍ ଦ୍ୱାରା କରାଯାଇଥିବା ମାର୍କେଟ ସର୍ଭେରୁ ଏହି ସୂଚନା ମିଳିଛି । ଡିଜିଟାଲୀ କୁଶଳୀ କାରିଗର ଥିବା ୮୦ ପ୍ରତିଶତ କମ୍ପାନୀମାନଙ୍କରେ ବେଶ୍‌ ଭଲ ଲାଭ ହୋଇଛି । ମାତ୍ର ୮୮ ପ୍ରତିଶତ ସଂସ୍ଥା ଭଲ ଡିଜିଟାଲୀ କୁଶଳୀଙ୍କୁ ପାଇ ପାରୁ ନାହାନ୍ତି ।

ସଫ୍ଟଓ୍ୱାର ଡେଭଲପ୍‌ମେଣ୍ଟରେ ଭାରତକୁ ବେଶ୍‌ ସଫଳତା ମିଳିଛି ଏହାର ସଫ୍ଟଓ୍ୱାର ତଥା ଡିଜିଟାଲ କମ୍ପାନୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ଏବେ ଅନେକ ଲୋକ ଅନ୍‌ଲାଇନ୍‌ ତଥା ଅଫ୍‌ଲାଇନ୍‌ରେ ଡିଜିଟାଲ ପ୍ରଶିକ୍ଷଣ ନେଉଛନ୍ତି । ଏବେବି ଅନେକ ସଂସ୍ଥା ଡିଜିଟାଲ୍‌ ସଂସ୍ଥାପନ କ୍ଷେତ୍ରରେ ପଛରେ ଅଛନ୍ତି । ଆଗକୁ ଡିଜିଟାଲାଇଜ୍‌କରଣ ହେବାକୁ ଥିବାରୁ ଯେଉଁ ସସ୍ଥାମାନେ ଏଥିରେ ପଛରେ ଅଛନ୍ତି ଭବିଷ୍ୟରେ ଆହୁରି ପଛରେ ପଡିବାର ସମ୍ଭାବନା ରହିଛି ବୋଲି ଏଥିରେ କୁହାଯାଇଛି ।

ଭାରତର ଅର୍ଥନୈତିକ ପ୍ରଗତିରେ ଡିଜିଟାଲ୍‌ର ଆହୁରି ଅଧିକ ଅବଦାନ ରହିବା ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

Comments are closed.