୧୦୦ ପାକ୍ସକୁ ବହୁମୁଖୀ ସେବା କେନ୍ଦ୍ରରେ ପରିଣତ କରାଯିବ

ଭୁବନେଶ୍ବର : ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୦ଟି ପାକ୍ସରେ ଅମଳ ପରବର୍ତ୍ତୀ ପରିଚାଳନା ନିମନ୍ତେ ଭିତ୍ତିଭୂମି ପ୍ରତିଷ୍ଠା କରି ଏଗୁଡିକୁ ବହୁମୁଖୀ ସେବା କେନ୍ଦ୍ରରେ ପରିଣତ କରାଯିବ। ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ହ୍ରାସ କରିବା ଏବଂ କୃଷି ଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟ ଯେଭଳି ଚାଷୀମାନେ ପାଇପାରିବେ ସେଥିନିମନ୍ତେ ଏହି ବ୍ୟବସ୍ଥା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ନାବାର୍ଡ ପକ୍ଷରୁ ୨୬ କୋଟିରୁ ଅଧିକ ଟଙ୍କା ଋଣ ରିଆତି ହାରରେ ପ୍ରଦାନ କରାଯିବ। ଆଜି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିସରରେ ଆୟୋଜିତ ଏକ ଭିଡିଓ କନଫରେନ୍ସିଂ ​‌େ​‌ବୖଠକରେ ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ବ୍ୟବସ୍ଥାରେ ପାକ୍ସରେ ଆବଶ୍ୟକତା ଅନୁଯାୟୀ, ଗୋଦାମ ଘର, କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ, ମାର୍କେଟ୍‌ କମ୍ପଲେକ୍ସ, ୱେରହାଉସ୍‌, ୱେ-ବ୍ରିଜ୍‌, ମାର୍କେଟିଂ ପ୍ଲାଟଫର୍ମ, ପ୍ୟାକେଜିଂ ସୁବିଧା, ଗ୍ରାମ୍ୟ ଗୋଦାମ ଘର, ଆଗ୍ରୋ ​‌େ​‌​‌ଷ୍ଟାରେଜ୍‌ ସେଣ୍ଟର ଏବଂ କୃଷି ଜାତ ଦ୍ରବ୍ୟର ଶୀତଳ ଭଣ୍ଡାର ଆଦି ନିର୍ମାଣ କରାଯିବ।

Comments are closed.