ଓଡ଼ିଶାରୁ ୧୩ ରାଜ୍ୟକୁ ଅମ୍ଳଜାନ ଯୋଗାଣ ଜାରି

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୬୯୧ଟି ଟ୍ୟାଙ୍କର୍‍ ଯୋଗେ ୧୨୭୩୫.୨୯୪ ଟନ୍‍ରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣା ଓ ରାଜସ୍ଥାନ ଭଳି ୧୩ ରାଜ୍ୟକୁ ଅମ୍ଳଜାନ ପଠାଯାଇଛି। ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍‍ କରିଡ଼ର୍‍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍‍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାରୁ ୬୭ଟି ଟ୍ୟାଙ୍କରରେ ୧୦୯୪.୦୦୨ ଟନ୍‍, ଢେଙ୍କାନାଳ ଜିଲ୍ଲାରୁ ୧୮୬ଟି ଟ୍ୟାଙ୍କରରେ ୨୯୫୯.୬୪ ଟନ୍‍ , ଯାଜପୁର ଜିଲ୍ଲାରୁ ୧୭୬ଟି ଟ୍ୟାଙ୍କରରେ ୩୬୩୧.୮୪୭ ଟନ୍‍ ଏବଂ ରାଉରକେଲାରୁ ୨୬୨ଟି ଟ୍ୟାଙ୍କରରେ ୫୦୪୯.୮୦୫ ଟନ୍‍ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୨୦୭ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୪୧୧୩.୫୨୯ ଟନ୍‍, ୧୭୭ଟି ଟ୍ୟାଙ୍କରରେ ତେଲେଙ୍ଗାନାକୁ ୧୯୯୧.୮୨୯ ଟନ୍‍, ତାଲିମନାଡୁକୁ ୧୫ଟି ଟ୍ୟାଙ୍କରରେ ୨୯୫.୦୮ ଟନ୍‍, ହରିୟାଣାକୁ ୧୦୨ଟି ଟ୍ୟାଙ୍କରରେ ୧୯୨୫.୯୬୨ ଟନ୍‍, ମହାରାଷ୍ଟ୍ରକୁ ୩୪ଟି ଟ୍ୟାଙ୍କରରେ ୫୬୬.୬୭୧ ଟନ୍‍, ଛତିଶଗଡ଼କୁ ୨୪ଟି ଟ୍ୟାଙ୍କରରେ ୩୬୮.୬୮୨ଟନ୍‍, ଉତରପ୍ରଦେଶକୁ ୪୫ଟି ଟ୍ୟାଙ୍କରରେ ୮୬୯.୧୩୧ ଟନ, ୫୨ଟି ଟ୍ୟାଙ୍କରରେ ୯୧୨.୦୯ ଟନ୍‍ ମଧ୍ୟପ୍ରଦେଶକୁ, ୨୧ଟି ଟ୍ୟାଙ୍କରରେ ଦିଲ୍ଲୀକୁ ୩୯୨.୭୬ ଟନ୍‍, ୪ଟି ଟ୍ୟାଙ୍କରରେ ପଞ୍ଜାବକୁ ୧୦୭.୮୯, ୬ଟି ଟ୍ୟାଙ୍କରରେ କର୍ଣ୍ଣାଟକକୁ ୧୨୦.୯୬, ୨ଟି ଟ୍ୟାଙ୍କରରେ ବିହାରକୁ ୩୧.୨୯ ଟନ୍‍ଏବଂ ୨ଟି ଟ୍ୟାଙ୍କରରେ ରାଜସ୍ଥାନକୁ ୩୯.୪୨ ଟନ୍‍ ଅମ୍ଳଜାନ ଯୋଗାଇ ଦିଆଯାଇଛି।

Comments are closed.