ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଗଲାଣି ୧୬୮୦୯ ଟନରୁ ଅଧିକ ଅକ୍ସିଜେନ

ଭୁବନେଶ୍ୱର: ଗତ କିଛି ଦିନ ଧରି ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୯୧୯ଟି ଟ୍ୟାଙ୍କର ଯୋଗେ ୧୬୮୦୯.୦୪୩ ଟନରୁ ଅଧିକ ଅକ୍ସିଜେନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍ ପଠାଯାଇଛି। ଅକ୍ସିଜେନ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍ କରିଡ଼ର୍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ ନେଇ ଯାଉଥିବା ଟ୍ୟାଙ୍କରଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେନେଇ ରାଜ୍ୟ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅନୁଗୁଳ ଜିଲ୍ଲାରୁ ୮୩ଟି ଟ୍ୟାଙ୍କର ଯୋଗେ ୧୩୩୫.୯୪୨ଟନ୍, ଢେଙ୍କାନାଳ ଜିଲ୍ଲାରୁ ୨୪୮ଟି ଟ୍ୟାଙ୍କର ଯୋଗେ ୩୯୬୪.୨୩ଟନ୍, ଯାଜପୁର ଜିଲ୍ଲାରୁ ୨୩୨ଟି ଟ୍ୟାଙ୍କର ଯୋଗେ ୪୭୧୯.୮୭୭ ଟନ୍ ଏବଂ ରାଉରକେଲାରୁ ୩୫୬ଟି ଟ୍ୟାଙ୍କର ଯୋଗେ ୬୭୮୮.୯୯୪ଟନ୍ ଅକ୍ସିଜେନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୨୮୨ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୫୫୪୦.୩୫୯ ଟନ୍, ୨୩୬ଟି ଟ୍ୟାଙ୍କର ଯୋଗେ ତେଲେଙ୍ଗାନାକୁ ୪୦୦୩.୯୮୯ ଟନ୍, ତାଲିମନାଡୁକୁ ୪୮ଟି ଟ୍ୟାଙ୍କର ଯୋଗେ ୮୬୦.୪୨୭ ଟନ୍, ହରିୟାଣାକୁ ୧୩୧ଟି ଟ୍ୟାଙ୍କରରେ ୨୪୧୭.୮୦୩ଟନ୍, ମହାରାଷ୍ଟ୍ରକୁ ୪୧ଟି ଟ୍ୟାଙ୍କରରେ ୬୬୦.୦୫୧ଟନ୍, ଛତିଶଗଡ଼କୁ ୨୯ଟି ଟ୍ୟାଙ୍କରରେ ୪୪୫.୨୬୨ଟନ୍, ଉତରପ୍ରଦେଶକୁ ୫୨ଟି ଟ୍ୟାଙ୍କରରେ ୧୦୩୨.୭୭୨ ଟନ, ୬୧ଟି ଟ୍ୟାଙ୍କର ଯୋଗେ ୧୦୭୮.୪୪ଟନ୍ ମଧ୍ୟପ୍ରଦେଶକୁ, ୨୨ଟି ଟ୍ୟାଙ୍କର ଯୋଗେ ଦିଲ୍ଲୀକୁ ୪୧୦.୨୪ଟନ୍, ୦୪ଟି ଟ୍ୟାଙ୍କର ଯୋଗେ ପଞ୍ଜାବକୁ ୧୦୭.୮୯, ୦୬ଟି ଟ୍ୟାଙ୍କର ଯୋଗେ କର୍ଣ୍ଣାଟକକୁ ୧୨୦.୯୬ ଟନ୍ ଅକ୍ସିଜେନ, ୦୨ଟି ଟ୍ୟାଙ୍କର ଯୋଗେ ଚଣ୍ଡିଗଡକୁ୨୫.୨୯ ଟନ୍ ଅକ୍ସିଜେନ, ୦୨ଟି ଟ୍ୟାଙ୍କର ଯୋଗେ ରାଜସ୍ତାନକୁ ୩୯.୪୨ ଟନ୍ ଅକ୍ସିଜେନ ଏବଂ ୦୩ଟି ଟ୍ୟାଙ୍କର ଯୋଗେ ବିହାରକୁ୬୬.୧୪ଟନ୍ ଅକ୍ସିଜେନ ଯୋଗାଇ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ପୋଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ୍ ଓ ଶୃଙ୍ଖଳା) ଯଶୋୱନ୍ତ ଜେଠୱାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ସିଜେନ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜିଲ୍ଲାର ସମସ୍ତଏସ୍ପି/ଡିସିପି/ରେଂଜ ଡିଆଇଜି/ଆଇଜି ଏବଂ ପୋଲିସ କମିଶନର ନିଜ ନିଜ ଅଂଚଳରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ସିଜେନ୍ ଅଭାବର ସମ୍ମୁଖୀନ ହେଉଥିବା ରାଜ୍ୟଗୁଡ଼ିକରେ ଟ୍ୟାଙ୍କରକୁ ସୁରକ୍ଷିତ ଭାବେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚାଇବାକୁ ରାଜ୍ୟ ପୋଲିସ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛି।

Comments are closed.