ବିଭିନ୍ନ ରାଜ୍ୟକୁ ଓଡିଶାର ୧୧୧୨୧ ଟନ୍‍ରୁ ଅଧିକ ଅମ୍ଳଜାନ ଯୋଗାଣ

ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଅଦ୍ୟାବଧି ୬୦୪ଟି ଟ୍ୟାଙ୍କର୍‍ ଯୋଗେ ୧୧୧୨୧.୪୧୯ଟନ୍‍ରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଅନୁଗୁଳ, ରାଉରକେଲା, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ବିହାର, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ମହାରାଷ୍ଟ୍ର, ଉତରପ୍ରଦେଶ ଓ ହରିୟାଣାକୁ ଅମ୍ଳଜାନ ପଠାଯାଇଛି। ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ସହଜ ଯାତାୟତ ନିମନ୍ତେ ଏକ ସ୍ୱତନ୍ତ୍ର ଗ୍ରୀନ୍‍ କରିଡ଼ର୍‍ ପ୍ରସ୍ତୁତ କରାଯାଇଛି। ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର୍‍ଗୁଡ଼ିକର ଯାତାୟତରେ ଯେମିତି କିଛି ଅସୁବିଧା ନ ଉପୁଜିବ ସେ ନେଇ ରାଜ୍ୟ ପୋଲିସ୍‍ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।


ଅନୁଗୁଳ ଜିଲ୍ଲାରୁ୫୮ଟି ଟ୍ୟାଙ୍କର୍‍ ଯୋଗେ ୯୬୨.୨୦୨ ଟନ୍‍, ଢେଙ୍କାନାଳ ଜିଲ୍ଲାରୁ୧୬୪ଟି ଟ୍ୟାଙ୍କରରେ ୨୬୦୫.୫୩ ଟନ୍‍ , ଯାଜପୁର ଜିଲ୍ଲାରୁ୧୪୧ଟି ଟ୍ୟାଙ୍କରରେ ୨୯୨୦.୮୧୨ ଟନ୍‍ ଏବଂ ରାଉରକେଲାରୁ ୨୪୧ଟି ଟ୍ୟାଙ୍କରରେ ୪୬୩୨.୮୭୫ ଟନ୍‍ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ୧୮୧ଟି ଟ୍ୟାଙ୍କରରେ ଆନ୍ଧ୍ରପ୍ରଦେଶକୁ ୩୬୦୬.୨୧୪ ଟନ୍‍, ୧୬୦ଟି ଟ୍ୟାଙ୍କରରେ ତେଲେଙ୍ଗାନାକୁ୨୭୨୩.୮୯୯ ଟନ୍‍, ତାଲିମନାଡୁକୁ ୧୨ଟି ଟ୍ୟାଙ୍କରରେ ୨୩୪.୯୪ ଟନ୍‍, ହରିୟାଣାକୁ ୮୯ଟି ଟ୍ୟାଙ୍କରରେ ୧୬୭୦.୭୬୨ ଟନ୍‍, ମହାରାଷ୍ଟ୍ରକୁ ୨୭ଟି ଟ୍ୟାଙ୍କରରେ ୪୬୫.୮୩୧ ଟନ୍‍, ଛତିଶଗଡ଼କୁ ୨୨ଟି ଟ୍ୟାଙ୍କରରେ ୩୩୭.୧୨୨ ଟନ୍‍, ଉତରପ୍ରଦେଶକୁ ୪୪ଟି ଟ୍ୟାଙ୍କରରେ ୮୭୨.୮୩ ଟନ, ୫୦ଟି ଟ୍ୟାଙ୍କରରେ ୮୭୨.୮୩ ଟନ୍‍ ମଧ୍ୟପ୍ରଦେଶକୁ, ୧୫ଟି ଟ୍ୟାଙ୍କରରେ ଦିଲ୍ଲୀକୁ ୨୭୪.୮୬ ଟନ୍‍, ୨ଟି ଟ୍ୟାଙ୍କରରେ ପଞ୍ଜାବକୁ ୫୮.୨୨ ଏବଂ ୨ଟି ଟ୍ୟାଙ୍କରରେ ବିହାରକୁ ୩୧.୨୯ ଟନ୍‍ ଆମ;ଅଜ୍ଞ ଯୋଗାଇ ଦିଆଯାଇଛି।

Comments are closed.