ରେଳବାଇର ଆଉ ଏକ ସଫଳତା; ଯୋଗାଇ ଦେଲାଣି ୩୦ ହଜାର ଟନ୍‍ ତରଳ ମେଡିକାଲ୍‍ ଅମ୍ଳଜାନ

ନୂଆଦିଲ୍ଲୀ : ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ରେଳବାଇ ପକ୍ଷରୁ ନିରନ୍ତର ତରଳ ମେଡିକାଲ୍‍ ଅମ୍ଳଜାନ ଯୋଗାଣ ଜାରି ରହିଛି। ରେଳ ମନ୍ତ୍ରଣାଳୟ କହିଛି, ଅକ୍ସିଜେନ୍‍ ଏକ୍ସପ୍ରେସ୍‍ ଟ୍ରେନ୍‍ଗୁଡ଼ିକ ଜରିଆରେ ଏପର୍ଯ୍ୟନ୍ତ ୩୦ ହଜାର ମେଟ୍ରିକ୍‍ ଟନ୍‍ ତରଳ ମେଡିକାଲ୍‍ ଅମ୍ଳଜାନ ଯୋଗାଣ କ୍ଷେତ୍ରରେ ଆଉ ଏକ ମାଇଖୁଣ୍ଟ ଅତିକ୍ରମ କରାଯାଇଛି।

୪୨୧ଟି ଅମ୍ଳଜାନ ଏକ୍ସପ୍ରେସ୍‍ ଟ୍ରେନ୍‍ ଜରିଆରେ ୧ ହଜାର ୭୩୪ଟି ଟ୍ୟାଙ୍କର୍‍ ଯୋଗେ ସାରା ଦେଶର ବିଭିନ୍ନ ଅଞ୍ଚଳକୁ ଏହି ତରଳ ଅମ୍ଳଜାନ ପହଞ୍ଚାଯାଇଛି। ବର୍ତ୍ତମାନ ୧୦ଟି ଟ୍ୟାଙ୍କର୍‍ ଯୋଗେ ୧୭୭ ମେଟ୍ରିକ ଟନ୍‍ ତରଳ ଅକ୍ସିଜେନ୍‍ ୨ଟି ଅକ୍ସିଜେନ୍‍ ଏକ୍ସପ୍ରେସ୍‍ ଟ୍ରେନ୍‍ ଯୋଗ ପଠାଯାଉଛି।

Comments are closed.