ଆଠଗଡ ବିକାଶ ମଞ୍ଚ ପକ୍ଷରୁ କରୋନା ରୋଗୀଙ୍କ ପାଇଁ ଅମ୍ଲଜାନ ସାନ୍ଧ୍ରକ ବ୍ୟବସ୍ଥା

ଗୁରୁଡିଝାଟିଆ: ଆଠଗଡର ଅଗ୍ରଣୀ ସାମାଜିକ ସଂଗଠନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ କରୋନା ସଂକ୍ରମିତଙ୍କ ପାଇଁ ଅମ୍ଲଜାନ ସାନ୍ଧ୍ରକ(କନସେନଟ୍ରେଟର) ଉପଲବ୍ଧ କରାଯାଇଛି। ସଂକ୍ରମିତଙ୍କ ପରିବାର ସଦସ୍ୟ ଆଠଗଡ ବିକାଶ ମଞ୍ଚ ସହିତ ଯୋଗାଯୋଗ କରି ଅମ୍ଳଜାନ ସାନ୍ଧ୍ରକ ଯନ୍ତ୍ର ନେଇ ମାଗଣାରେ ବ୍ୟବହାର କରିପାରିବେ। ଏନେଇ ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ଆଠଗଡ ନିର୍ବାଚନ ମଣ୍ଡଳୀର କରୋନା ସଂକ୍ରମିତମାନଙ୍କୁ ସହଯୋଗ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା କରିଛନ୍ତି। ମଞ୍ଚର ଏଭଳି କାର୍ଯ୍ୟକୁ ଗୁରୁଡିଝାଟିଆ ଅଞ୍ଚଳର ବହୁ ସଂଗଠନ ସାଧୁବାଦ ଜଣାଇଛନ୍ତି।

Comments are closed.