ଦିଲ୍ଲୀରେ ଖୋଲିଲା ଅମ୍ଳଜାନ ବ୍ୟାଙ୍କ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅମ୍ଳଜାନ ଅଭାବ ସମସ୍ୟାର ସବୁଦିନିଆ ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଭିନବ ଯୋଜନା କରିଛନ୍ତି। ତାଙ୍କ ସରକାର ଅମ୍ଳଜାନ ବ୍ୟାଙ୍କ (ଓସିବି) ପ୍ରତିଷ୍ଠା କରିଛନ୍ତି। ଦିଲ୍ଲୀର ୧୧ ଜିଲାରେ ୨୦୦ ଲେଖାଏଁ ଅମ୍ଳଜାନ ସାନ୍ଦ୍ରକ (କନସେନଟ୍ରେଟର) ବ୍ୟାଙ୍କ ପ୍ରତିଷ୍ଠା ସହ ଲୋକଙ୍କ ଘରକୁ ଏହା ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି।

ଏହାଦ୍ବାରା ସଙ୍ଗରୋଧରେ ରହୁଥିବା ରୋଗୀ ବିଶେଷ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ଆବେଦନର ସର୍ବାଧିକ ଦୁଇ ଘଣ୍ଟା ମଧ୍ୟରେ ଘରେ ଅମ୍ଳଜାନ ପହଞ୍ଚାଇବାର ବ୍ୟବସ୍ଥା କରାଯିବ। ଏଥିପାଇଁ ‘୧୦୩୧’ ଫୋନ୍‌ ନମ୍ବର ଜାରି ହୋଇଥିବା କେଜରିୱାଲ କହିଛନ୍ତି।

Comments are closed.