ସ୍କାଉଟ ଗାଇଡ ଛାତ୍ରଙ୍କ ଉପରେ ଚଢିଗଲା କାର, ୧୫ ଗୁରୁତର

ଋଷିକେଶ : ଉତ୍ତରାଖଣ୍ଡର ଋଷିକେଶର ରାୟୱାଲାଠାରେ ରବିବାର ମଧ୍ୟାହ୍ଣରେ ସ୍କାଉଟ ଗାଇଡର ୧୫ ଜଣ ଛାତ୍ରଙ୍କ ଉପରେ ଏକ ଦ୍ରୁତଗାମୀ କାର ଚଢିଯାଇଛି। ଆରପିଏଫ ଓ ସ୍ଥାନୀୟ ପୁଲିସ ଗୁରୁତର ବାଳକଙ୍କୁ ଉଦ୍ଧାର କରି ଋଷିକେଶସ୍ଥିତ ଏମ୍ସରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁସାରେ ଡେହରାଡୁନର ରାୟୱାଲାଠାରେ ୬ ଦିନ ହେବ ସ୍କାଉଟ ଗାଇଡଙ୍କ ପ୍ରଶିକ୍ଷଣ ଶିବିର ଚାଲିଥିଲା। ମୁରାଦାବାଦ ଶାଖାର ସ୍କାଉଟ ଗାଇଡ଼ ବାଳକମାନେ ଏହି ପ୍ରଶିକ୍ଷଣ ଶିବରରେ ଯୋଗ ଦେଇଥିଲେ। ରବିବାର ପ୍ରଶିକ୍ଷଣ ଶେଷ ହୋଇଥିଲା। ଫଳରେ ସେମାନେ ଶିବର ପାଖ ରାସ୍ତା କଡ଼ରେ ହରିଦ୍ୱାର ଯିବା ପାଇଁ ଅଟୋକୁ ଅପେକ୍ଷା କରିଥିଲେ। ହରିଦ୍ୱାରଠାରୁ ଟ୍ରେନ ଯୋଗେ ସେମାନେ ମୁରାଦାବାଦ ଯାଇଥାନ୍ତେ। ମାତ୍ର ଦିନ ପ୍ରାୟ ୧ଟା ବେଳେ ଡେରାଡୁନ ପଟୁ ଦ୍ରୁତଗତିରେ ଆସୁଥିବା ଏକ କାର ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଚଢିଯାଇଥିଲା। ଶାନ୍ତାକ୍ରୁଜ ନିକଟରେ କାର ଚାଳକକୁ ପୁଲିସ୍‍ ଗିରଫ କରିଛି। ଦୁର୍ଘଟଣାଗ୍ରସ୍ତ ବାଳକଙ୍କ ଅବସ୍ଥା ଗୁରୁତର ରହିଛି।

Comments are closed.