ସର୍ବନିମ୍ନ ସହାୟକ ଦରରେ ୫୮୭ ଲକ୍ଷ ଟନ୍‍ ଖରିଫ୍‍ ଧାନ ସଂଗ୍ରହ

ନୂଆଦିଲ୍ଲୀ : ଚଳିତ  ଋତୁରେ ୮୪ ଲକ୍ଷରୁ ଅଧିକ ଧାନଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରୟ କରି ଲାଭବାନ
ହୋଇଛନ୍ତି। ଏ ବାବଦରେ ସେମାନେ ୧ ଲକ୍ଷ ୧୦ ହଜାର କୋଟିରୁ ଅଧିକ ଧନ ରାଶି ପାଇଛନ୍ତି। ବିଭିନ୍ନ ରାଜ୍ୟରୁ ଏପର୍ଯ୍ୟନ୍ତ ୫୮୭ ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଛି।

ଗତବର୍ଷ ତୁଳନାରେ ଏହା  ୨୦.୨୮ ଭାଗ ଅଧିକ ରହିଛି। ଗତବର୍ଷ ଏହି ସମୟ ସୁଦ୍ଧା ୪୮୮ ଲକ୍ଷ ଟନ୍‍ ଧାନ ସଂଗ୍ରହ କରାଯାଇଥିଲା। ସରକାର ତାଙ୍କର ବିଭିନ୍ନ ସଂସ୍ଥା ମାଧ୍ୟମରେ ୩ ଲକ୍ଷ ଟନ୍‍ରୁ ଅଧିକ ମୁଗ, ବିରି, ଚିନାବାଦାମ ଓ ସୋୟାବିନ୍‍ ସଂଗ୍ରହ କରିଛନ୍ତି। ଏଥିରୁ ୧ ଲକ୍ଷ ୬୨ ହଜାର କୃଷକ ଉପକୃତ ହୋଇଛନ୍ତି।

Comments are closed.