ଖରିଫ୍‍ ଧାନ ସଂଗ୍ରହ ୬୯ଲକ୍ଷ ଟନକୁ ବୃଦ୍ଧି

ଏମଏସପିରେ ଧାନ କିଣା,ଚାଷୀଙ୍କୁ ମିଳିଛି ୧୩ ହଜାର ୧୨୮କୋଟି ଟଙ୍କା

ନୂଆଦିଲ୍ଲୀ :  ଚଳିତ ଖରିଫ୍‍ ଋତୁରେ ସରକାର ଏଯାବତ ୬୯ଲକ୍ଷ ଟନ୍‍ ଧାନ ସଂଗ୍ରହ କରିଛନ୍ତି। ୬ ଲକ୍ଷରୁ ଅଧିକ କୃଷକଙ୍କଠାରୁ ଏହି ଧାନ ସଂଗ୍ରହ
କରାଯାଇଛି। କୃଷି ମନ୍ତ୍ରଣାଳୟ କହିଛି ଭାରତୀୟ ଖାଦ୍ୟ ନିଗମ ଓ ଅନ୍ୟ ସରକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ,
ତାମିଲନାଡୁ, ଉତ୍ତରାଖଣ୍ଡ, ଚଣ୍ଡିଗଡ, କେରଳ ଓ ଜାମ୍ମୁ କାଶ୍ମୀର ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରୁ ଧାନ ସଂଗ୍ରହ କରାଯାଇଛି।
ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ କୃଷକମାନଙ୍କଠାରୁ ଧାନ ସଂଗ୍ରହ କରିବା ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଏ ବାବଦରେ ୧୩ ହଜାର ୧୨୮କୋଟି ଟଙ୍କା ଦିଆଯାଇଛି ବୋଲି ମନ୍ତ୍ରଣାଳୟ କହିଛି।

ରାଜ୍ୟଗୁଡ଼ିକରୁ ମିଳିଥିବା ପ୍ରସ୍ତାବକୁ ଆଧାରରେ ୪୧ଲକ୍ଷ ଟନ୍‍ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ସଂଗ୍ରହ ପାଇଁ ଅନୁମୋଦନ କରାଯାଇଛି। ଏହିସବୁ ଶସ୍ୟ ତାମିଲନାଡୁ, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା, ଗୁଜୁରାଟ, ହରିୟାନା, ଉତ୍ତରପ୍ରଦେଶ, ଓଡ଼ିଶା, ରାଜସ୍ତାନ ଓ ଆନ୍ଧ୍ରପ୍ରଦେଶରୁ ସଂଗ୍ରହ କରାଯିବ। ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ କେରଳରୁ ୧ ଲକ୍ଷ ୨୩ ହଜାର ଟନ୍‍ ଶୁଖିଲା ନଡିଆ ସଂଗ୍ରହ କରାଯିବାକୁ ମଧ୍ୟ ମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି।

Comments are closed.