କୋଭିଡ-୧୯ ଟିକାଦାନ କ୍ଷେତ୍ରରେ ଭାରତର ସଫଳତା : ୧୮ ଦିନରେ ଟିକାନେଲେ ୪୧ ହଜାରରୁ ଅଧିକ

ନୂଆଦିଲ୍ଲୀ :  କୋଭିଡ-୧୯ ମୁକାବିଲା ଓ ଟିକାଦାନ କ୍ଷେତ୍ରରେ  ଭାରତ ବେଶ ସଫଳତା ହାସଲ କରିଛି। ଦ୍ରୁତ ଗତିରେ ଟିକାଦାନ କରି ଭାରତ ବିଶ୍ବର ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ଲାଭ କରିଛି। ମାତ୍ର ୧୮ ଦିନରେ ଭାରତରେ ୪୧ ଲକ୍ଷରୁ ଅଧିକ ଲୋକଙ୍କୁ ଟିକାଦାନ କରାଯାଇଛି। ଜାନୁଆରୀ ୧୬ରେ ଦେଶ ବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ସକାଳ ୮ଟା ସୁଦ୍ଧା ୪୧ ଲକ୍ଷ ୩୮ହଜାର ୯୧୮ ଜଣଙ୍କୁ ଟିକାଦାନ କରାଯାଇଛି। ଆଜି ଟିକାଦାନର ୧୯ତମ ଦିବସ।

ମୋଟ ୭୬ ହଜାର ୫୭୬ ସେସନରେ ୪୧ ଲକ୍ଷ ୩୮ହଜାର ୯୧୮ ଜଣଙ୍କୁ ଟିକାଦାନ କରାଯାଇଛି। କେବଳ ଗତକାଲି ୩ହଜାର ୮୪୫ ସେସନରେ ୧ଲକ୍ଷ ୮୮ ହଜାର ୭୬୨ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକାଦାନ କରାଯାଇଛି।

Comments are closed.