ଦେଶରେ କୋଭିଡ ଟିକା ନେଲେଣି ୧୬.୭୩ କୋଟି

ନୂଆଦିଲ୍ଲୀ : ଦେଶରେ ଟିକାକରଣ କାର୍ୟ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଏପର୍ୟ୍ୟନ୍ତ ୧୬କୋଟି ୭୩ ଲକ୍ଷ ଲୋକଙ୍କୁ କୋଭିଡ ଟିକା ଦିଆଯାଇ ସାରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟା ମଧ୍ୟରେ ୨୨ ଲକ୍ଷ ୯୭ ହଜାର ଲୋକଙ୍କୁ କୋବିଡ ପ୍ରତିଷେଧକ ଟିକା ଦିଆଯାଇଛି।

ଦେଶରେ ତୃତୀୟ ପର୍ୟ୍ୟାୟର କୋଭିଡ ପ୍ରତିଷେଧକ ଟିକାକରଣ କାର୍ୟ୍ୟକ୍ରମ ଦ୍ରୁତଗତିରେ ଆଗେଇ ଚାଲିଥିବାବେଳେ ୧୮ରୁ ୪୪ ବର୍ଷ ବୟସ ବର୍ଗର ୧୪ ଲକ୍ଷ ୮୮ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଥମ ପାନ କୋଭିଡ ପ୍ରତିଷେଧକ ଟିକା ନେଇଛନ୍ତି।

 

Comments are closed.