କୋଭିଡ-୧୯ ଟିକାକରଣ ଅଭିଯାନ : ଟିକାନେଲେଣି ୧୫.୨୨ କୋଟିରୁ ଅଧିକ

ନୂଆଦିଲ୍ଲୀ : ଦେଶବ୍ୟାପି କୋଭିଡ-୧୯ ଟିକାକରଣ ସୁରୁଖୁରୁରେ ଆଗେଇ ଚାଲିଛି। ଶନିବାର ସକାଳ ସୁଦ୍ଧା ୨୩,୪୩,୯୭ ସେସନରେ ମୋଟ ୧୫,୨୨,୪୫,୧୯୭ ଡୋଜ୍ ଟିକା ଦିଆଯାଇଛି ।
୯୩,୮୬,୯୦୪ ଜଣ ସ୍ବାସ୍ଥ୍ୟ ସେବା କର୍ମଚାରୀ (ଏଚସିଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍, ୬୧, ୯୧, ୧୧୮ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ସେହିପରି ୧,୨୪,୧୯,୯୬୫ ଆଗଧାଡିର କରୋନା ଯୋଦ୍ଧା (ଏଫଏଲଡବ୍ଲୁ)ଙ୍କୁ ପ୍ରଥମ ଡୋଜ୍, ୬୭,୦୭,୮୬୨ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଅନ୍ୟପକ୍ଷରେ ୬୦ ବର୍ଷରୁ ଅଧିକ ବୟସର ୫,୧୯,୦୧,୨୧୮ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୧,୦୪,୪୧, ୩୫୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ସେହିପରି ୪୫ରୁ ୬୦ ବର୍ଷ ବୟସର ୫,୧୭,୭୮,୮୪୨ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୩୪,୧୭,୯୧୧ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକାକରଣ କରାଯାଇଛି ।

ଦେଶରେ ୧୦ଟି ରାଜ୍ୟରେ ମୋଟ ଟିକାକରଣର ୬୭.୦୮% ଟିକାଦାନ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଲକ୍ଷ ୨୪ ହଜାରୁ ଅଧିକ ଡୋଜ୍ ଟିକା ଦିଆଯାଇଛି ।

Comments are closed.