କରୋନା ସଂକ୍ରମଣ – ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ

ସମାଜ ପୋର୍ଟାଲ ଡେସ୍କ: ସମଗ୍ର ବିଶ୍ୱରେ ନୋଭେଲ କରୋନା ଭୂତାଣୁ ଦ୍ୱାରା ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିଶ୍ଚିତ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖପାତ୍ର ତାରିକ ଜାସରେଭିକ୍‍ କହିଛନ୍ତି ଏକ ଲକ୍ଷ ଏକ ହଜାର ୮୨୭ ସଂକ୍ରମିତଙ୍କ ମଧ୍ୟରୁ ସମଗ୍ର ବିଶ୍ୱରେ ତିନିହଜାର ୪୮୪ ଜଣଙ୍କର ଏହି ସଂକ୍ରମଣରେ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ସବୁ ରାଷ୍ଟ୍ରର ସରକାରଙ୍କୁ କୋଭିଡ୍‍-୧୯କୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ଅନୁରୋଧ କରାଯାଇଛି। ବିଶ୍ୱସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରସ୍‍ ଅଧାନମ ଘେବ୍ରେୟସ କହିଛନ୍ତି ଚୀନ ବାହାରେ କରୋନା ଭୂତାଣୁ ୧୭ ଗୁଣ ଅଧିକ ବେଗରେ ବ୍ୟାପିବାରେ ଲାଗିଛି। ସେ ମଧ୍ୟ କେତେକ ରାଷ୍ଟ୍ର ଏହି ସଂକ୍ରମଣ ପ୍ରତିରୋଧ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେଉଥିବା କହିଛନ୍ତି।

Comments are closed.