‘ଆମର ସାମାଜିକ ଦାୟିତ୍ୱବୋଧ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ଶହୀଦ ସ୍ପୋଟିଙ୍ଗ ପଡିଆର ଦିଲ୍ଲୀପ ତିର୍କୀ ଷ୍ଟାଡିୟମରେ ଜୟ ମା’ ଭବାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ‘ଆମର ସାମାଜିକ ଦାୟିତ୍ୱବୋଧ’ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଡଃ ହର ପ୍ରସନ୍ନ ଦାସ ଓ ସମ୍ମାନୀୟ ଅତିଥି ଭାବେ ସାମ୍ବାଦିକ ଅକ୍ଷୟ ସାହୁ ଯୋଗ ଦେଇଥିଲେ। ଆମର ସାମାଜିକ ଦାୟିତ୍ୱବୋଧ ବିଷୟରେ ଡଃ ହର ପ୍ରସନ୍ନ ଦାସ ସମସ୍ତଙ୍କ ସହିତ ବାର୍ତ୍ତାଳାପ କରି ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ସମ୍ମାନୀୟ ଅତିଥି ଅକ୍ଷୟ ସାହୁ ସେବା ଓ ଦାୟିତ୍ୱବୋଧ ବିଷୟରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଆମର ସମ୍ବାଦପତ୍ର ଗୁଡ଼ିକରେ କାମ କରୁଥିବା ବହୁ ବ୍ୟକ୍ତି ମାନଙ୍କୁ ସେମାନେ ନିଜେ ନିଜକୁ ସମର୍ପିତ କରି ଆଗାମୀ ଦିନରେ ସମାଜର ପ୍ରତେକ କାର୍ଯ୍ୟରେ ସାମିଲ ହୋଇପାରିବେ ସେଥି ନିମନ୍ତେ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଥିଲା।

 

ସମାଜରେ ସେମାନଙ୍କର ମାନବ କଲ୍ୟାଣ କାର୍ଯ୍ୟ ନିମନ୍ତେ ସେମାନଙ୍କୁ ‘ସେବା ହିଁ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସାମ୍ବାଦିକ ବନ୍ଧୁ ଓ ଭାଇମାନେ କରୋନା ମହାମାରୀ ସମୟରେ ନିଜ ଜୀବନକୁ ଉତ୍ସର୍ଗ କରି କାର୍ଯ୍ୟ କରିଥିବାରୁ ସେମାନଙ୍କୁ ସମ୍ଭଦ୍ଧିତ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ସମ୍ପାଦକ ନାରାୟଣ ମହାପାତ୍ର, କୋଷାଧ୍ୟକ୍ଷ ଉମାନାଥ ମିଶ୍ର, ଉପଦେଷ୍ଟା ଲଲିତ ମୋହନ ପଣ୍ଡା, ଅଭିନନ୍ଦନ ବାବୁ, ବିଦ୍ୟାନ୍ତ ଶେଖର ସିଂ, ରଞ୍ଜନ ସାମଲ, ଶ୍ରୀନିବାସ ରାଓ, ପଙ୍କଜ ପଟନାୟକ, ନିକୁଞ୍ଜ ମହାନ୍ତି, ଅଚ୍ୟୁତ ପ୍ରସାଦ ବେହେରା, ମଳୟ ରଞ୍ଜନ ମହାପାତ୍ର, ବିପିନ ବିହାରୀ ସାହୁ, ଦିଲ୍ଲୀପ ପଟନାୟକ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.