୧୫ରେ ଓୟୁଏଟି ପିଜି ପ୍ରବେଶିକା, ୩ରୁ ଆଡମିଟ୍‌ କାର୍ଡ

ଭୁବନେଶ୍ବର : ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ସ୍ନାତକୋତ୍ତର(ପିଜି)ପାଠ୍ୟକ୍ରମର ଏକକ ପ୍ରବେଶିକା ପରୀକ୍ଷା ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ। ୨୦୨୦-୨୧ ଶିକ୍ଷା ବର୍ଷରେ କୃଷି,ବନ, ମତ୍ସ୍ୟ, କୃଷି ଯାନ୍ତ୍ରିକ, ପଶୁ ସମ୍ପଦ ଓ ଗୋଷ୍ଠୀ ବିଜ୍ଞାନ ଭଳି ବିଭିନ୍ନ ପିଜି ଓ ପିଏଚ୍‌ଡି ପାଠ୍ୟକ୍ରମ ପାଇଁ ମୋଟ ୧୨୦୫ ଛାତ୍ରଛାତ୍ରୀ ଆବେଦନ କରିଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଇଛି।
ପ୍ରବେଶିକା ପରୀକ୍ଷା ଓୟୁଏଟିର ୪ଟି ମହାବିଦ୍ୟାଳୟରେ ଅନୁଷ୍ଠିତ ହେବ। ୧୫ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ହେବ। ଛାତ୍ରଛାତ୍ରୀ ଆସନ୍ତା ୩ ତାରିଖରୁ ବିଶ୍ବବିଦ୍ୟାଳୟ ୱେବ୍‌ସାଇଟ୍‌ ଲଗ୍‌ଇନ୍‌ କରି ସେମାନଙ୍କର ଆଡମିଟ୍‌ କାର୍ଡ ପାଇପାରିବେ ବୋଲି ଓୟୁଏଟି ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ କୁମାର ବେହେରା କହିଛନ୍ତି।

Comments are closed.