ଓୟୁଏଟି ଡିନ୍‌ଙ୍କ ଚାଷୀଙ୍କୁ ପରାମର୍ଶ: ବ୍ୟସ୍ଥ ହୁଅନ୍ତୁ ନାହିଁ, ଖାଲୁଆ ଜାଗା ପାଇଁ ଧାନ ବୁଢ଼ା ହୋଇ ନଥିବ

ଭୁବନେଶ୍ବର: ଉପକୂଳର ୬ ଜିଲ୍ଲା ଓ କୋରାପୁଟର ବନ୍ଧୁଗାଁ ବ୍ଲକରେ କମ୍ ବର୍ଷ ହୋଇଛି। ଜୁନ ଶେଷରେ ଯଦି ବୁଣାବୁଣି ହୋଇଥିବ ତାହେଲେ ମାସେ ଭିତରେ ଫସଲ ଅବସ୍ଥା ଭଲ ରହିଥିବ। ବେଉଷଣ କରିବା ବୟସ ଯାଇନି। ନୂଆ ଧାନ ପାଇଁ ବୟସ ଆରମ୍ଭ ହେଲା। ତଳି ପଡ଼ିଥିବ। ଜୁଲାଇ ୧୫ ରୁ ଧାନ ରୁଆ ଆରମ୍ଭ ହେବ। ଯଦି ତଳି ପଡ଼ିଥିବ ଓ ବର୍ଷା ନ ହେବାରୁ କାଦୁଅ ହେଉନି, ତେବେ ପାଣି ଜଳ ସେଚନ ମାଧ୍ୟମରେ ଯୋଗାଡ଼ କରି ବଞ୍ଚେଇବାକୁ ହେବ। ବ୍ୟସ୍ଥ ହୁଅନ୍ତୁ ନାହିଁ, ଖାଲୁଆ ଜାଗା ପାଇଁ ଧାନ ବୁଢ଼ା ହୋଇ ନଥିବ। ଯଦି ଅଧିକ ଦିନ ବର୍ଷା ନ ହୁଏ, ତେବେ ଆମେ ଘାସ ମରା ଔଷଧ ଦେଇ ବୁଣା ଧାନକୁ ଘାସମୁକ୍ତ କରିପାରିବା ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି)ର କୃଷି ସମ୍ପ୍ରସାରଣ ଡିନ୍‌ ଲଳିତ ମୋହନ ଗଡ଼ନାୟକ ସୂଚନା ଦେଇଛନ୍ତି।

Comments are closed.