ଘରୋଇ ଚ୍ୟାନେଲ କମ୍ପାନୀର ଜବରଦଖଲ ଘଟଣା, ନାଲି ପତାକା ମାରି ଚାଲିଛି ମାପଚୁପ 

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ସରୁଆରେ ଓଟିଭିର ଜବରଦଖଲ ମାମଲାରେ ଜମିର ମାପଚୁପ କରିବା ପାଇଁ ପହଞ୍ଚିଛି ଜିଲ୍ଲା ପ୍ରଶାସନ । ରାସ୍ତାରେ ନାଲି ପତାକା ପୋତି ପ୍ରଶାସନ ମାପଚୁପ ଆରମ୍ଭ କରିଛି । ଘଟଣାସ୍ଥଳରେ ବେଗୁନିଆ ତହସିଲଦାର ଓ ଆରଆଇଙ୍କ ଉପସ୍ଥିତିରେ ମାପଚୁପ ହୋଇଥିବା ଜଣାପଡିଛି। ତେବେ ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଓଟିଭି ବିରୋଧରେ ଜମି ହଡପର ଅଭିଯୋଗ ହୋଇଛି । ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଜମି କିଣିନେଇ ଘର ପାଚେରି, ପୋଖରୀ ଓ ରାସ୍ତା ନିର୍ମାଣ କରିବାରୁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି।

ସୂଚନା ଥାଉକି ଦୀର୍ଘ ବର୍ଷ ଧରି ବେଆଇନ ଭାବେ ସାଧାରଣ ଚାଷୀଙ୍କ ଜମିକୁ ରାସ୍ତା ଅବରୋଧ କରିବା ଏପରିକି ପ୍ରାଚୀର ନିର୍ମାଣ କରିଥିବାରୁ ଚାଷ ଜମିକୁ ହଳ ଲଙ୍ଗଳ ନେଇ ଯାଇପାରୁନଥିବା ଏପରିକି ବର୍ଷା ପାଣି ମାଡୁନଥିବାରୁ ଶତାଧିକ ଚାଷୀଙ୍କ ଚାଷ ଜମିରେ ଚାଷ ସଠିକ ଭାବେ ହୋଇପାରୁନଥିବା ଗ୍ରାମବାସୀମାନେ ଅଭିଯୋଗ କରିଆସୁଥିଲେ।କିନ୍ତୁ ପ୍ରଶାସନ ପକ୍ଷରୁ ଉକ୍ତ କମ୍ପାନୀ ପ୍ରତି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଥିଲା।

Comments are closed.