ଓଟିଏମ୍ ପ୍ରିମିୟର ଲିଗ୍ ଉଦଘାଟିତ

ଚୌଦ୍ୱାର : ସ୍ଥାନୀୟ ଯୁବ ବର୍ଗଙ୍କ ମଧ୍ୟରେ କ୍ରୀଡ଼ାପ୍ରତି ଆଗ୍ରହ ସୃଷ୍ଠି ଲକ୍ଷ୍ୟରେ ଚୌଦ୍ୱାରରେ ଆରମ୍ଭ କରାଯାଇଥିବା ଓଟିଏମ ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗୁରୁବାର ସଂଧ୍ୟାରେ ଶୁଭାରମ୍ଭ ହୋଇଛି । ଚୌଦ୍ୱାର ପୌର ପାଳିକା ୭ନମ୍ବର ୱାର୍ଡ଼ ଓଟିଏମ୍ କଲୋନୀସ୍ଥିତ ସତ୍ୟ ନାରାୟଣ ମନ୍ଦିର ପଡ଼ିଆରେ ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ,ଲୋକନାଥ ସାହୁ, ପୂର୍ବତନ ନଗରପାଳ ପ୍ରେମଚାନ୍ଦ ନାୟକ, ବିଜେଡ଼ି ନଗର ସଭାପତି ବିଷ୍ଣୁଚରଣ ପରିଡ଼ା, ବିଜେପି ନେତ୍ରୀ ଦେବସ୍ମିତା ନାୟକ,କାଉନସିଲର ଦିଲ୍ଲିପ କୁମାର ସାହୁ, ଆଶୁତୋଷ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଆୟୋଜକ କମିଟିର ଏତାଦୃଶ ପ୍ରୟାସକୁ ପ୍ରଶଂସା କରିଥିଲେ।  ରାକେଶ ରୋଶନ୍ ଧନ୍ୟବାଦ ଅର୍ପଣ କରିଥିଲେ। ଅତ୍ୟାଧୁନିକ ଫ୍ଲଡ଼ ଲାଇଟରେ ରାତିରେ ଅନୁଷ୍ଠିତ ହେଉଛି ।

ସୂଚନାଯୋଗ୍ୟଯେ ଚୌଦ୍ୱାର ପୌରପାଳିକାର ୬, ୭, ୮, ୧୧ ଓ୧୨ନମ୍ବର ୱାର୍ଡ଼ର ଖେଳାଳୀ ମାନଙ୍କୁ ନେଇ ମୋଟ ୮ଟି ଟିମ୍ ଗଠନ କରାଯାଇଛି। ଅର୍ଜୁନ୍ ଆର୍ମି, ସୁବ୍ରତ୍ ସୁପର ଷ୍ଟାର, କାହ୍ନୁ କିଙ୍ଗସ୍, ଲିଟୁ ଲାୟନସ୍, ବୁବୁନ୍ ବିଗଷ୍ଟାର, ଟୁକୁନା ଡିଜେ ଟାଇଗର, ବଣ୍ଟି ବ୍ରଦର୍ସ, ପାତ୍ର ପାୱାରସ୍ ଆଦି ଟିମ୍ ଟୁର୍ଣ୍ଣମେଣ୍ଟରେ ଅଂଶ ଗ୍ରହଣ କରୁଛନ୍ତି । ଆୟୋଜକ ଅର୍ଜୁନ ପଣ୍ଡା, ସୁବ୍ରତ ସାମଲ,ପ୍ରଦୀପ ଗନ୍ତାୟତ,ବିଶ୍ୱଜିତ ମହାନ୍ତି,ସଂଗ୍ରାମ କେଶରୀ ସାହୁ, ଅନନ୍ଦ ସାମଲ,ବିଭୁତି ଭୂଷଣ ବଡ଼ୁ, ଅଶୋକ ଦାସ,ଅବିନାସ ଗଡ଼ନାୟକ, ବିଜୟ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।

Comments are closed.