ଓଟିଡିସିର‌ ୪୨ତମ ପ୍ରତିଷ୍ଠା ଦିବସ ପାଳିତ

ଗୋପାଳପୁର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୨ ତମ ପ୍ରତିଷ୍ଠା ଦିବସ ଗୋପାଳପୁର ସ୍ଥିତ ପାନ୍ଥନିବାସ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପାନ୍ଥନିବାସ ମ୍ୟାନେଜର ସନ୍ତୋଷ ସାମନ୍ତରାୟଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଟିଡିସି ବିଭାଗୀୟ ଅତିରିକ୍ତ ନିର୍ଦ୍ଦେଶକ ତଥା ବ୍ରହ୍ମପୁର ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଗୋପାଳପୁର ଏନ୍ ଏ ସି ନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ବ୍ରହ୍ମପୁର ପ୍ରେସ କ୍ଲବ ସଭାପତି ଗୋପାଳ ପଟ୍ଟନାୟକ, ପର୍ଯଟନ ଭାରତ ସମ୍ପାଦକ ନାରାୟଣ ମହାଙ୍କୁଡ ଓ ବିଭାଗୀୟ ବଡ଼ବାବୁ ସୁରେନ୍ଦ୍ର ନାଥ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।

ପାନ୍ଥନିବାସ ରେ ରହୁଥିବା ବଙ୍ଗୀୟ ପର୍ଯ୍ୟଟକଙ୍କ ଉପସ୍ଥିତିରେ କେକ କଟାଯାଇ ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ଅତିଥିମାନେ ଓଟିଡିସିର ୪୨ ବର୍ଷର ବିଜୟ ଗାଥାକୁ ମନେ ପକାଇବା ସହ ଏହି ଦିନ‌ରେ ଓଡିଶାକୁ ପର୍ଯ୍ୟଟନ ବିକାଶର ପ୍ରୟୋଗଶାଳା ଭାବେ ପରିପ୍ରକାଶ କରିବାରେ ବିଭାଗୀୟ କର୍ମଚାରୀଙ୍କ ସହଯୋଗ ସହ ପର୍ଯ୍ୟଟକଙ୍କୁ ଉଚିତ ସେବା ପ୍ରଦାନରେ ସବୁବେଳେ ଆଗରେ ରହି ପ୍ରଶଂସାର‌ ପାତ୍ର ସାଜିଥିବା ପ୍ରକାଶ କରିଥିଲେ।

Comments are closed.