ଜଗତସିଂହପୁର ଏସପିଙ୍କୁ ରାଜ୍ୟ ମାନବାଧିକାର କମିଶନଙ୍କ ନୋଟିସ

ଭୁବନେଶ୍ବର: ଚଳନ୍ତା ଟ୍ରକରେ ଯୁବକଙ୍କୁ ବାନ୍ଧି ଜୋତାମାଳ ପିନ୍ଧାଇବା ଘଟଣାରେ ନିଜ ପଟୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ। ଏ ସଂକ୍ରାନ୍ତରେ ରାଜ୍ୟ ମାନବାଧିକାର କମିଶନ ପକ୍ଷରୁ ଜଗତସିଂହପୁର ଏସପିଙ୍କୁ ନୋଟିସ ଜାରି କରାଯାଇଛି। ରାଜ୍ୟ ମାନବାଧିକାର କମିଶନପକ୍ଷରୁ ଜାରି କରାଯାଇଥିବା ନୋଟିସରେ ଏହି ଘଟଣା ସମ୍ପର୍କରେ ୧୫ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦିଆଯାଇଛି।

Comments are closed.