ଓଡ଼ିଶା ପ୍ରଫେସନାଲ ସୋସିଆଲ ୱାର୍କରସ୍ ଆସୋସିଏସନ୍(ଓପସା) ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ

ଭୁବନେଶ୍ଵର : ଓଡ଼ିଶା ପ୍ରଫେସନାଲ ସୋସିଆଲ ୱାର୍କରସ୍ ଆସୋସିଏସନ୍(ଓପସା) କୋଭିଡ଼୍-୧୯ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ୧୦୦ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି। ଆସୋସିଏସନ୍ ତରଫରୁ ଏହି ଚେକକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନାଙ୍କୁ ହସ୍ତାନ୍ତର କରାଯାଇଛି।

ପ୍ରକାଶ ଥାଉକି, ଏହି ସଂଗଠନ ୧୯୯୨ ମସିହାଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରଫେସନାଲ ସମାଜ ସଂସ୍ଥା କ୍ଷେତ୍ର ଯଥା, ପକ୍ଷପୋଷଣ, ଗୋଷ୍ଠୀ ମତ ପ୍ରଚାର କରିବା, ସାମାଜିକ ଗବେଷଣା ପ୍ରଭୃତି କାର୍ଯ୍ୟରେ ନିୟୋଜିତ ରହି ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାମାନଙ୍କୁ ସାମାଜିକ ଉନ୍ନତିରେ ସହଭାଗିତା କରିଆସୁଛି। କୋଭିଡ଼୍-୧୯ର ଭୟାବହତାକୁ ଆଖିରେ ରଖି ଓପସାର ସଭ୍ୟ ଓ ସଭ୍ୟାମାନେ ଆଗାମୀ ଦିନରେ ଓଡ଼ିଶାରେ ବିଭିନ୍ନ ଗୋଷ୍ଠୀ କିପରି ସାମାଜିକ ଓ ମାନସିକ ସ୍ଥରରେ ସ୍ବାଭାବିକ ହେବେ ତାଉପରେ ଗୁରୁତ୍ଵାରୋପ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଓପସାର ଉପସ୍ଥିତ କର୍ମକର୍ତ୍ତା ଡ଼. ଝରଣା ସ୍ବାଇଁ, ଅଶୋକ କୁମାର ବେହେରା, ତେଜେଶ୍ଵର ପରିଡ଼ା, ଶିଶିରବାହିନୀ ପତି, ସ୍ବପ୍ନା ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଏକ ଚେକ୍ ପ୍ରଦାନ କରିବା ସହିତ ଆଗାମୀ ଦିନରେ ଓଡ଼ିଶାର କରୋନା ମୁକାବିଲାର ରୂୂପରେଖ ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ।

Comments are closed.