ଏନସିପିର ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା

ନୂଆଦିଲ୍ଲୀ : ବରିଷ୍ଠ ରାଜନେତା ତଥା ଏନସିପିର ସଭାପତି ଶରଦ ପାୱାର ସଭାପତି ପଦରୁ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ସଭାପତି ଶରଦ ପାୱାର ଦଳର ସଭାପତି ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଛନ୍ତି। ସେ ଏହି ପଦରୁ ଇସ୍ତଫା ଦେବା ପରେ କହିଛନ୍ତି, ବର୍ତ୍ତମାନ ମୁଁ ଚାହୁଁଛି ଯେ ଅନ୍ୟ କେହି ଏନସିପି ଦାୟିତ୍ୱ ଗ୍ରହଣ କରନ୍ତୁ। ମୁଁ ବହୁ ବର୍ଷ ଧରି ଦଳର ଦାୟିତ୍ୱ ତୁଲାଇଛି ଏବଂ ଆଉ ଦଳର ନେତୃତ୍ୱ ନେବାକୁ ଚାହୁଁନାହିଁ। ସେ ରାଜନୀତିରେ ସକ୍ରିୟ ରହିବେ, କିନ୍ତୁ ଦଳର ସଭାପତି ପଦରୁ ଅବସର ନେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
ଏହା ପୂର୍ବରୁ ଗତ ସପ୍ତାହରେ ମୁମ୍ବଇରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଶରଦ ପାୱାର ରୁଟି ଓଲଟାଇବା କଥା କହିଥିଲେ। ସେ କହିଛନ୍ତି, ‘କେହି ଜଣେ ମୋତେ କହିଥିଲେ ଯେ ରୁଟିକୁ ଠିକ ସମୟରେ ଓଲଟାଇବାକୁ ପଡେ ଏବଂ ଯଦି ଏହା ଠିକ୍ ସମୟରେ ନହୁଏ ତେବେ ଏହା ପୋଡିଯାଏ। ବର୍ତ୍ତମାନ ରୁଟିକୁ ଓଲଟାଇବାର ଉପଯୁକ୍ତ ସମୟ ଆସିଛି, ଏଥିରେ କୌଣସି ବିଳମ୍ବ ହେବା ଉଚିତ୍ ନୁହେଁ । ଏହି ପରିପ୍ରେକ୍ଷୀରେ ମୁଁ ଦଳର ବରିଷ୍ଠ ନେତାମାନଙ୍କୁ ଏହା ଉପରେ କାର୍ୟ୍ୟ କରିବାକୁ ଅନୁରୋଧ କରିବି।

Comments are closed.