ଓରିଏଣ୍ଟ ଇଲେକ୍‍ଟ୍ରିକ ପକ୍ଷରୁ ଗ୍ରାମାଞ୍ଚଳ ଉପରେ ଗୁରୁତ୍ୱ

ମୁମ୍ବଇ : ସି କେ ବିର୍‍ଲା ଗ୍ରୁପ୍‍ର ଅଂଶବିଶେଷ ଓରିଏଣ୍ଟ ଇଲେକ୍‍ଟ୍ରିକ ଲିମିଟେଡ ଦେଶର ଟିୟର ୩ ଓ ୪ ବଜାର ଏବଂ ଗ୍ରାମାଞ୍ଚଳରୁ ମିଳୁଥିବା ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ନୂତନ ଭାରିଆଣ୍ଟ ସହିତ ଏହାର ଫ୍ୟାନ୍‍ରେଞ୍ଜର ସମ୍ପ୍ରସାରଣ କରିଛି। କମ୍ପାନୀ ପକ୍ଷରୁ ସମର ବ୍ରିଜ ପ୍ରୋ ଏବଂ ର‍୍ୟାପିଡ ଏୟାର ନାମରେ ଦୁଇଟି ଫ୍ୟାନ୍‍ର ଶୁଭାରମ୍ଭ କରାଯାଇଛି ଟ୍ୱିଷ୍ଟର ନାମକ ବିଦ୍ୟମାନ ଫ୍ୟାନ୍‍କୁ ଅପଗ୍ରେଡ କରିବା ସହିତ ଆସନ୍ତା ମାସଗୁଡିକରେ ଏହି ରେଞ୍ଜକୁ ବେସ୍‍, ଇକୋନୋମି ଓ ଡେକୋରେଟିଭ ସେଗ୍‍ମେଣ୍ଟରେ ପରିସର ବୃଦ୍ଧି ଯୋଜନା ରଖିଛି। ଆସନ୍ତା ବର୍ଷକ ମଧ୍ୟରେ ନିଜ ଫ୍ୟାନ୍‍ଗୁଡିକର ବଜାର ଅଂଶ ବୃଦ୍ଧି କରିବା ପାଇଁ ଏହି ଶୁଭାରମ୍ଭ କମ୍ପାନୀର ସକାରାତ୍ମକ ଗ୍ରାମାଞ୍ଚଳ ଭାବନାରୁ ଫାଇଦା ଉଠାଇବା ପ୍ରୟାସର ଅଂଶବିଶେଷ ବୋଲି କୁହାଯାଉଛି।

Comments are closed.