ନିର୍ବାଚନ କମିଶନଙ୍କୁ ଭେଟିଲେ ବିରୋଧୀ, ଇଭିଏମରେ ବିଜେପି ଲେଖାଥିବା ଅଭିଯୋଗ

ନୂଆଦିଲ୍ଲୀ : କଂଗ୍ରେସ ସହ ଅନ୍ୟ ୫ବିରୋଧୀ ଦଳ ନେତା ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଇଭିଏମରେ ବିଜେପି ନିର୍ବାଚନ ଚିହ୍ନ ପଦ୍ମ ଫୁଲ ତଳେ ଭାଜପା ଲେଖାଯାଇଥିବା ଅଭିଯୋଗ କରିଛନ୍ତି। ଏହା ନିୟମର ଉଲଙ୍ଘନ ସହ ବିଜେପିର ଏକ ଚକ୍ରାନ୍ତ ବୋଲି ବିରୋଧୀ ଦଳ ଅଭିଯୋଗ କରିଛନ୍ତି। କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ, ତେଲୁଗୁ ଦେଶମ ପାର୍ଟି, ଆରଜେଡି ପ୍ରମୁଖ ଦଳ ସାମିଲ ହୋଇଥିଲେ। ଏହି ଘଟଣାରେ ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି।
କଂଗ୍ରେସ ନେତା ଅଭିଷେକ ମନୁ ସିଂଘବିଙ୍କ କହିବା ଅନୁସାରେ ଏକ ମତଦାନ କେନ୍ଦ୍ରରେ ଥିବା ଇଭିଏମରେ ପଦ୍ମ ଫୁଲ ଚିହ୍ନ ତଳେ ଭାଜପା ଲେଖାଯାଇଥିବା ଜଣାପଡିଛି। ପୂର୍ବରୁ ପଦ୍ମଫୁଲ ତଳେ ପାଣି ଦେଖାଉଥିଲା, କିନ୍ତୁ ବର୍ତ୍ତମାନ ଭାଜପା ଲେଖାଯାଉଥିବା ଅଭିଯୋଗ ହୋଇଛି। ଇଭିଏମରେ କୌଣସି ରାଜନୈତିକ ଦଳର ଚିହ୍ନତଳେ ଦଳ ନାମ ଲେଖାଯିବାର ନିୟମ ନାହିଁ। କିନ୍ତୁ ବିଜେପି ଏହି ନିୟମର ଉଲଙ୍ଘନ କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Comments are closed.