ବିରୋଧୀଦଳ ପରୋକ୍ଷରେ ପାକିସ୍ତାନକୁ ଶକ୍ତିଶାଳୀ କରୁଛି – ରାଜନାଥ ସିଂ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ବିରୋଧୀଦଳ ନେତାମାନେ ପରୋକ୍ଷ ଭାବେ ପାକିସ୍ତାନକୁ ଶକ୍ତିଶାଳୀ କରୁଛନ୍ତି।ଭାଗଲପୁରଠାରେ ଏକ ନିର୍ବାଚନୀ ସଭାରେ ଉଦ୍‍ବୋଧନ ଦେଇ ସେ କହିଛନ୍ତି, ପୁଲୱାମା ଘଟଣାର ସତ୍ୟତା ବିରୋଧୀଦଳକୁ ଚୁପ୍‍ କରିଦେଇଛି। ସେ କହିଛନ୍ତି, ପାକିସ୍ତାନ ମନ୍ତ୍ରୀ ପୁଲୱାମା ଘଟଣାରେ ଇସଲାମାବାଦର ସଂପୃକ୍ତିକୁ ସ୍ୱୀକାର କରିଛନ୍ତି। ପାକିସ୍ତାନ ମନ୍ତ୍ରୀଙ୍କର ମନ୍ତବ୍ୟ ଜନସାଧାରଣଙ୍କୁ ନିରବ କରିଦେଇଛି।

ସେ ଆହୁରି କହିଛନ୍ତି ବିରୋଧୀଦଳ ନେତାମାନେ ପରୋକ୍ଷ ଭାବେ ପଡ଼ୋଶୀ ଦେଶଗୁଡ଼ିକୁ ସାହାଯ୍ୟ କରୁଛନ୍ତି। ପୁଲୱାମା ଘଟଣା ନେଇ ପାକିସ୍ତାନର ଜାତୀୟ ଆସେମ୍ଲିରେ ଜଣେ ମନ୍ତ୍ରୀଙ୍କ ବିବୃତି ସତ୍ୟତାର ପରିପ୍ରକାଶ କରିଛି ବୋଲି ମନ୍ତ୍ରୀ କହିଛନ୍ତି।

Comments are closed.