ମାତ୍ର ୩ ସପ୍ତାହ ଖାଆନ୍ତୁ ଏହି ଖାଦ୍ୟ, ଶରୀର ଛୁଇଁବନି ରୋଗ

ଶୀତ ଋତୁ ରୋଗ ପ୍ରତିରୋଧକ କ୍ଷମତା ପରୀକ୍ଷାର ଋତୁ ବୋଲି କୁହାଯାଏ। ଏହି ଦିନରେ ଗ୍ରହଣ କରାଯାଉଥିବା ଭୋଜନ ଶରୀରକୁ ହୃଷ୍ଟପୃଷ୍ଟ କରିବାରେ ସାହାଯ୍ୟ କରିଥାଏ। ଅଧିକାଂଶ ଲୋକ ନିଜ ଖାଦ୍ୟ ପାନୀୟ ଉପରେ ଧ୍ୟାନ ଦିଅନ୍ତି। ହେଲେ ସେମାନେ ଯଦି ଏହି ୫ଟି ଖାଦ୍ୟକୁ ଭୋଜନ ତାଲିକାରେ ସାମିଲ କରନ୍ତି ତେବେ ଶରୀରକୁ ରୋଗ କେବେ ଛୁଇଁବନାହିଁ।

ସେହି ୫ଟି ନିରୋଗୀ ଖାଦ୍ୟ ହେଲେ ଅଁଳା, ଲେମ୍ବୁ, ଅଦା, ତୁଳସୀ ଏବଂ କଞ୍ଚା ହଳଦୀ। ଏହାକୁ ୨୧ ଦିନ ସେବନ କରିବାକୁ ପରାମର୍ଶ ଦିଆଯାଇଛି। ବୈଜ୍ଞାନିକ ମତ ଅନୁଯାୟୀ, କୌଣସି ଔଷଧ ବା ଖାଦ୍ୟକୁ ୩ ସପ୍ତାହ ନିୟମିତ ସେବନ କରିବା ଦ୍ବାରା ଶରୀର ଉପରେ ଏହାର ସକାରାତ୍ମକ ପ୍ରଭାବ ପଡିଥାଏ ।

ଅଁଳା: ଶୀତ ଋତୁରେ ଅଁଳା ପ୍ରର୍ଯ୍ୟାପ୍ତ ପରିମାଣରେ ବଜାରରେ ମିଳେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଅଁଳା ଖାଇବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ। ଅଳଁ ଶରୀରରେ ଭିଟାମିନ୍ ସି କମ୍ ହେବାକୁ ଦିଏ ନାହିଁ।

ଅଦା: ଏକ ଚାମଚ ଅଦା ରସ ସହ ଏକ ଚାମଚ ମହୁ ମିଶାଇ ପ୍ରତିଦିନ ସଂଧ୍ୟାରେ ଓ ସକାଳେ ପିଇବା ଦ୍ବାରା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ। ସର୍ଦ୍ଦି, କାଶରୁ ଉପଶମ ମିଳିଥାଏ। ଏହା ସହ କର୍କଟ ଓ ପେଟ ରୋଗ ହୋଇନଥାଏ ।

କଞ୍ଚା ହଳଦୀ: କାହିଁ କେଉଁ କାଳରୁ ହଳଦୀ ଆମ ଖାଦ୍ୟ ବ୍ୟଞ୍ଜନରେ ସାମିଲ ହୋଇ ଆସୁଛି। ସର୍ଦ୍ଦି, କାଶ ବା ଆଘାତ ଲାଗିଲେ, ଏକ ଗ୍ଲାସ କ୍ଷୀର ସହ ହଳଦୀ ମିଶାଇ ପିଇବା ଦ୍ବାରା ଏସବୁ ସମସ୍ୟା ତୁରନ୍ତ ଭଲ ହୋଇଥାଏ। ହଳଦୀରେ ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଏବଂ କର୍କଟ ନିରୋଧୀ ଗୁଣ ଭରପୁର ମାତ୍ରାରେ ରହିଥାଏ।

ଲେମ୍ବୁ: ଏହା ଶରୀରର ବିଷାକ୍ତ ତ୍ବତ୍ତକୁ ନିଷ୍କାସନ କରି ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରେ। ତେଣୁ ପ୍ରତିଦିନ ଏକ ଗ୍ଲାସ ପାଣିରେ ଲେମ୍ବୁ ରସ ମିଶାଇ ପିଇବା ଶରୀର ପାଇଁ ଫଳପ୍ରଦ ଅଟେ।

ତୁଳସୀ: ତୁଳସୀରେ ଆଣ୍ଟି-ଆକ୍ସିଡେଣ୍ଟ ଗୁଣ ରହିଥାଏ। ଏହାକୁ ସେବନ କରିବା ଦ୍ବାରା ବିଭିନ୍ନ ରୋଗରୁ ଲାଭ ମୁକ୍ତି ମିଳିଥାଏ। ସର୍ଦ୍ଦି, କାଶ ଠାରୁ ଆରମ୍ଭ କର୍କଟ ଭଳି ରୋଗରୁ ଉପଶମ ମିଳିଥାଏ। ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଁ ତୁଳସୀ ହେଉଛି ସବୁଠାରୁ ସହଜ ଓ ସରଳ ଉପାୟ।

Comments are closed.