୧୭୮ ଟଙ୍କାର ‘ବର୍ଗର’ ପାଇଁ ୨୧ ହଜାର ଗାଏବ

ନଏଡା: ମାତ୍ର ୧୭୮ ଟଙ୍କା ମୂଲ୍ୟର ‘ବର୍ଗର’ ଅର୍ଡର କରି ୨୧ହଜାର ଟଙ୍କା ହରାଇଛନ୍ତି ନୋଏଡା ଅନ୍ତର୍ଗତ ସେକ୍ଟର-୪୫ର ଜଣେ ମହିଳା। ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଥିବା ଉକ୍ତ ମହିଳା ହେଉଛନ୍ତି ଜଣେ ସଫ୍ଟଓୟର ଇଞ୍ଜିନିୟର। ସେ ସ୍ଥାନୀୟ ଏକ ସଫ୍ଟଓୟର କମ୍ପାନୀରେ କାର୍ଯ୍ୟରତ। ବର୍ଗର ପାଇଁ ସେ ପ୍ରି-ପେମେଣ୍ଟ ମାଧ୍ୟମରେ ଟଙ୍କା ଦେଇଥିଲେ ଏବଂ ୩୫ ମିନିଟ ମଧ୍ୟରେ ଏହା ତାଙ୍କୁ ମିଳିବାର ଥିଲା। ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ବର୍ଗର ନ ମିଳିବାରୁ ସେ ଟଙ୍କା ଫେରସ୍ତ ପାଇଁ ସମ୍ପୃକ୍ତ କମ୍ପାନୀର କ​‌େ​‌ଷ୍ଟାମର କେୟାର ନମ୍ବରକୁ ଫୋନ କରିଥିଲେ। ଫୋନ୍‌ ଧରିଥିବା କର୍ମଚାରୀ ମହିଳାଙ୍କୁ ମୋବାଇଲରେ ଏକ ଆପ୍ ଡାଉନଲୋଡ୍ କରିବାକୁ
କହିଥିଲେ। ସେ ଏହି ଆପ୍ ଡାଉନଲୋଡ୍ କରିଥିଲେ; ଯାହାକି ରିମୋଟ୍ ଦ୍ୱାରା ନିୟନ୍ତ୍ରିତ ଥିଲା। ଫଳରେ ଦୃବୁର୍ତ୍ତ ତାଙ୍କ ଆକାଉଣ୍ଟରୁ ୨୧,୮୬୫ ଟଙ୍କା ଉଠାଇନେଇଥିଲା। ସେ ଯଦି ଥାନାରେ ଅଭିଯୋଗ କରନ୍ତି; ତେବେ ତାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଉଠାଇ ନିଆଯିବ ବୋଲି ଦୁର୍ବୃତ୍ତ ସମ୍ପୃକ୍ତ ମହିଳାଙ୍କୁ ଧମକ ଦେଇଥିଲା। ଏହାସତ୍ତ୍ବେ ଠକାମୀର ଶିକାର ହୋଇଥିବା ମହିଳା ସାଇବର ଥାନାରେ ମାମଲା ଦାୟର କରିଛନ୍ତି।

Comments are closed.