କାନ ଯନ୍ତ୍ରଣା ହେଉଥିଲେ ପିଆଜର ରସକୁ ଗରମ କରି ପକାନ୍ତୁ

ପିଆଜ ଜୀବାଣୁ ରୋଧୀ, ଯନ୍ତ୍ରଣା ଦୂର କରିବା, ମଧୁମେହକୁ ନିୟନ୍ତ୍ରଣ କରିବା, ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ଦୂର କରୁଥିବା ମହୌଷଧି ଅଟେ। ଏହାର ବ୍ୟବହାର କରି ଅନ୍ୟ କେତେକ ରୋଗରୁ ମଧ୍ୟ ମୁକ୍ତି ମିଳିପାରିବ। ଜାଣନ୍ତୁ ପିଆଜର ଔଷଧୀୟ ଗୁଣ ବିଷୟରେ …….
କାନ ଯନ୍ତ୍ରଣା ହେଉଥିଲେ ପିଆଜର ରସକୁ ଗରମ କରି ପକାନ୍ତୁ। ଏପରି କରିବା ଦ୍ୱାରା କାନ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ପିଆଜ ରସରେ ସାମାନ୍ୟ ଲୁଣ ପକାଇ ପିଇବା ଦ୍ୱାରା ପାଚନ ଜନିତ ସମସ୍ୟା ଦୂର ହୋଇଥାଏ।
ଆଣ୍ଠୁଗଣ୍ଠି ଜନିତ ଯନ୍ତ୍ରଣା ହେଉଥିଲେ, ପିଆଜର ରସକୁ ଲଗାନ୍ତୁ। ଏପରି କରିବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ପିଆଜ ମଞ୍ଜିର ଚାହା ପିଇବା ଦ୍ୱାରା ଅନିଦ୍ରା ଜନିତ ସମସ୍ୟା ଦୂର ହୋଇଥାଏ।
ଆବଶ୍ୟକ ପରିମାଣରେ ପିଆଜ ଖାଦ୍ୟରେ ଖାଇଲେ, କର୍କଟ ଭଳି ମାରାତ୍ମକ ରୋଗରୁ ଯଥା ସମ୍ଭବ ମୁକ୍ତି ମିଳିଥାଏ।
ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ପିଆଜର ବହୁ ଔଷଧୀୟ ଗୁଣ ରହିଛି। ପିଆଜରେ କ୍ୟାଲସିୟମ ଓ ଭିଟାମିନ ବି ପର୍ୟ୍ୟାପ୍ତ ମାତ୍ରାରେ ରହିଛି।
ପିଆଜ ରସରେ ଗୁଡ଼ ମିଶାଇ କିମ୍ବା ମହୁ ମିଶାଇ ପିଇବା ଦ୍ୱାରା ଥଣ୍ଡା, କାଶ ଜନିତ ସମସ୍ୟା ଦୂର ହୋଇଥାଏ।
ଯଦି କୌଣସି କାରଣରୁ ନାକରୁ ରକ୍ତ ବାହାରୁ ଥାଏ ତେବେ ପିଆଜ ରସ ମହୌଷଧି ପରି କାର୍ୟ୍ୟ କରିଥାଏ। ଏପରି ସମୟରେ ନାକରେ ପିଆଜ ରସ ପକାଇବା ଦ୍ବାରା ସେଥିରୁ ମୁକ୍ତି ମିଳିଥାଏ।

Comments are closed.