ପିଆଜ ଦରବୃଦ୍ଧିର ପ୍ରଭାବ : କୋଟିପତି ହେଲେ ଋଣଗ୍ରସ୍ତ ଚାଷୀ

ବେଙ୍ଗାଲୁରୁ : ପିଆଜର ଦରବୃଦ୍ଧି ସାଧାରଣ ଖାଉଟିଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ତେବେ ଏହି ଦରବୃଦ୍ଧି ଜଣେ ଋଣଗ୍ରସ୍ତ ଚାଷୀଙ୍କୁ ମାସକ ମଧ୍ୟରେ କୋଟିପତି କରିଦେଇଛି। କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲାର ଚାଷୀ ମଲ୍ଲିକାର୍ଜୁନ (୪୨) ବ୍ୟାଙ୍କର ୧୫ଲକ୍ଷ ଟଙ୍କା ଋଣ କରି ପିଆଜ ଚାଷ କରିଥିଲେ। ଚାଷ ଉଜୁଡିବା ଭୟରେ ଚାଷୀ ଜଣଙ୍କ ଥିବାବେଳେ ପିଆଜ ତାଙ୍କ ଭାଗ୍ୟ ବଦଳାଇ ଦେଇଛି। ପିଆଜ ଚାଷରୁ ୫ରୁ ୧୦ଲକ୍ଷ ଟଙ୍କା ଲାଭ ମିଳିବ ବୋଲି ସେ ଆଶା କରିଥିଲେ। ଗତବର୍ଷ ମଧ୍ୟ ୫ଲକ୍ଷ ଟଙ୍କା ଲାଭ ପାଇଥିଲେ। ଚଳିତବର୍ଷ ସେ ୨୦ଏକର ଜମିରେ ଚାଷ କରି ୨୪୦ଟନ ପିଆଜ ଉତ୍ପାଦନ କରିଥିଲେ। ନିଜର ୧୦ ଏକର ଜମି ସହିତ ଆଉ ୧୦ ଏକର ଜମି ଲିଜ୍‌ରେ ଆଣି ଚାଷ କରିଥିଲେ। ନଭେମ୍ବର ପ୍ରଥମ ସପ୍ତାହରେ ସେ ପିଆଜ କ୍ବିଣ୍ଟାଲ ପ୍ରତି ୭୦୦୦ ଟଙ୍କାରେ ବିକ୍ରି କରିଥିଲେ। ଏହା କିଛି ଦିନ ପରେ କ୍ବିଣ୍ଟାଲ ପ୍ରତି ୧୨୦୦୦ଟଙ୍କାରେ ବିକ୍ରି କରିଥିଲେ। ଯେତେବେଳେ ବଜାରରେ ପିଆଜ କିଲୋ ପ୍ରତି ୧୬୦ରୁ ୧୮୦ ଟଙ୍କା ରହିଥିଲା।

Comments are closed.